Odiapua.com

ଜାତୀୟ ସବ୍‌ଜୁନିଅର ଟେନିସ୍‌ବଲ କ୍ରିକେଟ ପ୍ରତିଯୋଗିତା ପାଇଁ ଭଦ୍ରକର ଦୁଇଜଣ ଓଡ଼ିଶା ଦଳରେ ସ୍ଥାନ ପାଇଲେ

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ସ୍ତରୀୟ ସବ୍ ଜୁନିଅର ଟେନିସ୍ ବଲ କ୍ରିକେଟ ପ୍ରତିଯୋଗିତା ତାମିଲନାଡୁର ଚେନ୍ନାଇ ଠାରେ ଗତ ୧୫ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି। ଏଥି ନିମନ୍ତେ ଭାଗ ନେଉଥିବା ଓଡ଼ିଶା ଦଳରେ ଭଦ୍ରକ ଜିଲ୍ଳାରୁ ଚନ୍ଦନ ପାତ୍ର ଏବଂ ପ୍ରଭୁ କଲ୍ୟାଣ ଦାସ ସ୍ଥାନ ପାଇଛନ୍ତି। ଏଥି ନିମନ୍ତେ ଭଦ୍ରକ ଜିଲ୍ଳା ଟେନିସ ବଲ୍ କ୍ରିକେଟ ସଂଘର ସମ୍ପାଦକ ଦେବବ୍ରତ ଜେନା ଓ ଅନ୍ୟ କର୍ମକର୍ତ୍ତା ଯଥା ମୃତ୍ୟୁଞ୍ଜୟ ମହାନ୍ତି, ଗୌରହରି ମଣ୍ଡଳ, ମନୋଜ ଦାସ, ସହିଦ୍ ଖାଁ ଏବଂ କ୍ରୀଡା ଶିକ୍ଷକ ମନୋଜ ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ଶୁଭ କାମନା କରିଛନ୍ତି।