Odiapua.com

ଜାତୀୟ ଶିଶୁକନ୍ୟା ଦିବସ ପାଳିତ, କନ୍ୟା ସନ୍ତାନ ଆଗକୁ ବଢିବା ଆମ ସାମ୍ବିଧାନିକ ଅଧିକାର

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲା ପ୍ରଶାସନ ଆନୁକୂଲ୍ୟରେ ଜାତୀୟ ଶିଶୁ କନ୍ୟା ଦିବସ ନାରାୟଣ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁକୃତିଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡା ଦେବରାଜ ପାଣିଗ୍ରାହୀ ଯୋଗ ଦେଇଥିଲେ । ପ୍ରାରମ୍ଭିକ ସୂଚନା ଓ ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ଜିଲା ଶିଶୁ ସୁରକ୍ଷା ଶାଖାର ଆଇନ୍ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ଉଦ୍‌ବୋଧନ ଦେଇଥିଲେ । ସୁରକ୍ଷା ଅଧିକାରିଣୀ (ଅଣ ଆନୁଷ୍ଠାନିକ) ସ୍ୱାଗତିକା ବାରିକ ଶିଶୁ କନ୍ୟା ମାନଙ୍କର ଅଧିକାର ଓ ବେଟି ବଚାଓ ଓ ବେଟି ପଢାଓ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ । ସସ୍ମିତା ନାୟକ, ମମିତା ଦାସ ପ୍ରମୁଖ ଯୋଗ ଦେଇ ଶିଶୁକନ୍ୟା ଅମୂଲ୍ୟ ସଂପଦ ବୋଲି ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶିଶୁମାନଙ୍କ ଅଧିକାର, ସୁରକ୍ଷା ଏବଂ ସେମାନଙ୍କର ପ୍ରତିଭା ସମ୍ବନ୍ଧରେ ଆଲୋଚନା କରିଥିଲେ । ଶିଶୁକନ୍ୟା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ କମୁଲୁଦ୍ଦିନ୍ ଆଲମ, ସରସ୍ୱତୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଶିଶୁ ସୁରକ୍ଷା ଶାଖାର ଚିନ୍ମୟ ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ମମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।