Odiapua.com

ଜାତୀୟ ଶିକ୍ଷାନୀତିକୁ ଏଆଇଏସ୍‌ଏଫ୍‌ର ବିରୋଧ

ଭୁବନେଶ୍ୱର ୩୧-୦୭ (ଓଡ଼ିଆ ପୁଅ) ସମଗ୍ର ଦେଶ ଜୀବନ ଓ ଜୀବିକାକୁ ମହାମାରୀ କବଳରୁ ବଂଚାଇବା ପାଇଁ ସଘଂର୍ଷ କଲାବେଳେ କେନ୍ଦ୍ର ସରକାର ଏହାର ସୁଯୋଗ ନେଇ ଜାତୀୟ ଶିକ୍ଷାନୀତି ପ୍ରଣୟନ କରିଛନ୍ତ ଯାହା ଶିକ୍ଷାର କେନ୍ଦ୍ରୀକରଣ, ବ୍ୟବସାୟୀକରଣ ଓ ସାଂପ୍ରଦାୟିକରଣ ପାଇଁ ମାର୍ଗ ପ୍ରଶସ୍ତ କରିବ। ଅଖିଳ ଭାରତ ଛାତ୍ରସଂଘ ଏହି ଶିକ୍ଷାନୀତିକୁ ବିରୋଧ କରୁଛି। ଶିକ୍ଷାନୀତି ପ୍ରସ୍ତୁତିରେ ଗଣତାନ୍ତ୍ରୀକ ପ୍ରକ୍ରିୟା ଓ ରାଜ୍ୟମାନଙ୍କର ଭୂମିକାକୁ ଅଣଦେଖା କରାଯିବା ସହିତ ଛାତ୍ର ସଂଗଠନ, ଶିକ୍ଷକ ସଂଗଠନ ଓ ଶିକ୍ଷାବିତ୍ ମାନଙ୍କର ମତାମତକୁ ଅସମ୍ମାନ କରାଯାଇଛି। ଏହାର ଚିଠାରେ ସ୍ପଷ୍ଟଥିଲା ଯେ, ଏହା କିପରି ସରକାରୀ ଶିକ୍ଷାନୁଷ୍ଠାନକୁ ଧ୍ୱଂସ କରିବା ସହ ବଜାର ଦ୍ୱାରା ଶୋଷଣକୁ ଆହୁରି ବଢାଇବ। ଏଭଳି ଗୁରୁତ୍ୱପୂଣ୍ର୍ଣ୍ର ନୀତ ଲାଗୁ କରିବା ପୂର୍ବରୁ ସଂସଦରେ କାହିଁକି ଆଲୋଚନା କରାଗଲା ନାହିଁ, ବୋଲି ସଂଘ ପ୍ରଶ୍ନ କରିଛି।

ଉଚ୍ଚଶିକ୍ଷାର ସମସ୍ତ ସଂସ୍ଥାନକୁ ବୋର୍ଡ ଅଫ୍ ଗଭର୍ଣ୍ଣରସ୍ ଜରିଆରେ ସଂପୂର୍ଣ୍ଣ ରୂପେ କର୍ପୋରେଟ୍ ହାତକୁ ଟେକି ଦତଆଯାଇଛି। ଯାହାଫଳରେ ଟଙ୍କାଥିବା ପିଲା ହିଁ ଡିଗ୍ରୀ କିଣି ପାରିବ।ସ୍କୁଲ ସ୍ତରରେ ଶୈକ୍ଷିକ ସଂରଚନାରେ ପରିବର୍ତ୍ତନ ଶିକ୍ଷାର ଗୁଣାତ୍ମକ ମାନ ବଢାଇବ ନାହିଁ। ୩୦ରୁ କମ୍ ପିଲା ଥିବା ସ୍କୁଲ୍ ବନ୍ଦକରାଯିବା ଦ୍ୱାରା ଗରିବ, ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ପିଲା ଶିକ୍ଷାଠାରୁ ଦୂରେଇ ଯିବେ। ସେହିଭଳି ଅନଲାଇନ୍ ଶିକ୍ଷା ସମାଜରେ ଆଉ ଏକ ବିଭାଜନ ସ୍ରୁଷ୍ଟି କରିବା ସହ ଘରୋଇ ସଫ୍ଟଓୟାର୍ ସଂସ୍ଥା ପାଇଁ ଲାଭଦାୟକ ହେବ। ଶିକ୍ଷା ବାବଦରେ ଖର୍ଚ୍ଚ ହେବା ପାଇଁ ଅର୍ଥ କେଉଁଠୁ ଆସିବ, ତାହା ଅସ୍ପଷ୍ଟ।

ମୁଖ୍ୟତ ଏହି ଶିକ୍ଷାନୀତିର ଉଦ୍ଦେଶ୍ୟ ଦେଶରେ ଗଣତାନ୍ତ୍ରୀକ, ଧର୍ମନିରପେକ୍ଷ ଓ ବିଜ୍ଞାନ ସମ୍ମତ ଶିକ୍ଷାକୁ ସମାପ୍ତ କରିବା। ଯାହାଦ୍ୱାରା ବଜାର, କର୍ପୋରେଟ୍ ଓ ମୌଳବାଦୀ ଶକ୍ତିମାନେ ଭରପୂର୍ ଲାଭ ଉଠାଇପାରିବେ। ରାଜ୍ୟ ସଭାତ୍ରେୀ ସଘଂମିତ୍ରା ଜେନା ଏହି ଶିକ୍ଷାନୀତିକୁ ତୀବ୍ର ବିରୋଧ କରିବା ସହ ରାଷ୍ଠ୍ର ଓ ଶିକ୍ଷାର ସୁରକ୍ଷା ପାଇଁ ସରକାର ଏହାର ପୁର୍ନବିଚାର କରି ଛାତ୍ର ସଗଂଠନ, ଶିକ୍ଷକ ସଗଂଠନ ଓ ଶିକ୍ଷାବିତ୍‌ଙ୍କ ସହ ଆଲୋଚନା କରନ୍ତୁ ବୋଲି ସଂଘ ଦାବି କରିଛି।