Odiapua.com

ଜାତୀୟ ଲୋକ ମହୋତ୍ସବ ପାଇଁ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା : ରାଜ୍ୟର ଓ ଅତିଥି କଳାକାରଙ୍କ ନାଚ ଗୀତରେ କମ୍ପିଳା ରାଜରାସ୍ତା

ସମ୍ବଲପୁର, ୪/୧ (ଓଡ଼ିଆ ପୁଅ) ଲୋକନୃତ୍ୟ ଏବଂ ସଂଗୀତର ଜାତୀୟ ସମାରୋହ ୨୩ତମ ସମ୍ବଲପୁର ଲୋକ ମହୋତ୍ସବ-୨୦୨୦ ଆଜି ସଂଧ୍ୟାରେ ଉଦଘାଟିତ ହେଉଛି। ତିନି ଦିନ ଧରି ହେବାକୁ ଥିବା ଏହି ସାଂସ୍କୃତିକ ମହାମିଳନ ପାଇଁ ପୂର୍ବାହ୍ନରେ ଏକ ସଦୃଶ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ସମଲାଇ ମନ୍ଦିର ଠାରେ ପୂଜା ଅର୍ଚ୍ଚନା ଏବଂ ପ୍ରଦୀପ ପ୍ରଜ୍ୱଳନ ସହିତ ଏହି ଶୋଭାଯାତ୍ରା ଆରମ୍ବ ହୋଇଥିଲା। ଏହାକୁ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶୁଭମ ସସ୍କେନା, ମହାନଗର ନିଗମ କମିଶନର ଲିଂଗରାଜ ପଂଡ଼ା ଏବଂ ଆୟୋଜନ ସମିତିର ନୋଡ଼ାଲ ଅଧିକାରୀ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ତାର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ କୁମାର ତ୍ରିପାଠୀ ପତାକା ଦେଖାଇ ଉଦଘାଟନ କରିଥିଲେ। ଏଥିରେ ଲୋକମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଂ ଆସିଥିବା ଏବଂ ଜିଲ୍ଲାର ବିଭିନ୍ନ ବ୍ଲକର କଳାକାର ମାନେ ଅଂଶ ଗ୍ରହଣ କରିଥିଲେ। ମାନେଶ୍ୱରର ଶଂଖ, ସମ୍ବଲପୁରର ସର ମଂଗଳା, ରେଂଗାଲିର ରଂଗୋଲି ପାଲା, ଜମନାକିରା ଓ ଚକଲିର ସମ୍ପର୍ଦା, ବରଗାଁର ସଙ୍କିର୍ତନ, ଅଇଁଲାପାଲି, ରେଂଗାଲିର ଦୁଲଦୁଲି, ଧନକଉଡ଼ା ବ୍ଲକର କିସାନ ନୃତ୍ୟ ଦଳ, ଗୁରୁଦ୍ୱାର ପ୍ରବଂଧକ କମିଟିର ଭାଂଗଡ଼ା, କଳା ପରିଷଦ, କହଁର, ରଂଗ ଫରୁଆ, ସମ୍ବଲପୁରୀ ଲୋକନୃତ୍ୟ କେନ୍ଦ୍ର, ଉତର ପ୍ରଦେଶ, ରାଜସ୍ତାନ, ଆସାମର କଳାକାରଙ୍କ ସହିତ ବହୁ ସଂଖ୍ୟକ କଳାକାର, ପୂର୍ବତନ ବିଧାୟିକା ଡ଼ା. ଋାସେଶ୍ୱରୀ ପାଣୀଗ୍ରାହୀ, ଆୟୋଜନ ସମିିତିର ସଂଯୋଜକ ସୈାମେନ୍ଦ୍ର ପୂଜାରୀ, ପଦ୍ମଶ୍ରୀ ଡ଼. ଜିତେନ୍ଦ୍ରୀୟ ହରିପାଲ, ଡ଼. କ୍ରୀଷ୍ନା ପଟେଲ, ରଂଗବତୀ ଗୀତର ଲେଖକ ମିତ୍ରଭାନୁ ଗୈାନ୍ତିଆ, ବରିଷ୍ଟ ଅଭିନେତା ରାଜେନ୍ଦ୍ର ପ୍ରସାଦ ପଂଡ଼ା, ବିଭିନ୍ନ ଉପକମିଟିତ ଅବାହକ ଓ ଅନ୍ୟ କର୍ମକର୍ତା, ସ୍ୱେଛାସେବୀ ଏଥିରେ ଭାଗ ନେଇଥିଲେ। ଶୋଭାଯାତ୍ରାକୁ ସଡକ଼, ସାନସଡ଼କ, ମ୍ୟୁନିସିପାଲିଟି ଛକ ଆଦି ସ୍ତାନରେ ସ୍ୱାଗତ ସଂବର୍ଧନା ଜ୍ଞାପନ କରାଯାଇଥିଲା। ଏକ ଖୋଲ ଜିପରେ ରଂଗବତୀର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ରୀୟ, ଗାୟିକା ଡ଼. କ୍ରୀଷ୍ନା ଏବଂ ଗୀତିକାର ମିତ୍ରଭାନୁ ପ୍ରଦୀପ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ରଂଗୋଲି ଓ ଆତସ ବାଜି ମଧ୍ୟରେ ଆୟୋଜିତ ଏହି ଶୋଭାଯାତ୍ରା ଯୋଗୁ ସହରରେ ଲୋକମହୋତ୍ସବ ପାଇଁ ସାଂସ୍କୃତିକ ପରିବେଶ ସୃଷ୍ଟି ହୋଇଛି। ଅଇଁଠାପାଲି ବିର୍ସା ମଇଦାନ ଠାରେ ଏହି ଲୋକମହୋତ୍ସବର ପ୍ରତ୍ୟହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଚିତ୍ରକଳା ପ୍ରଦର୍ଶନୀ, ଫୋଟୋ ପ୍ରଦର୍ଶନୀ, ପୁଷ୍ପ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ସେହିପରି ୫ ଓ ୬ ତାରିଖ ଦିନ ବେଳା ଚାରୋଟି ଅଧିବେଶନ ବିଶିଷ୍ଟ ଲୋକସଂସ୍କୃତି ଓ ଧାରା ସମ୍ପର୍କିତ ଆଲୋଚନା ଚକ୍ର ଏବଂ ଉଦଯାପନୀ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଟିତ ହେବ।