Odiapua.com

ଜାତୀୟ ଲୋକମେଳାର ଚତୁର୍ଥ ସନ୍ଧ୍ୟା

ପୁରୀ, ୨୫/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବିଚ୍ଛିନ୍ନତା ମଧ୍ୟରେ ଏକତା ହିଁ ଭାରତର ବୈଶିଷ୍ଟ। ତେବେ ଏହି ଏକତାକୁ ଭାରତର ଲୋକକଳା ହିଁ ବାନ୍ଧି ରଖିଛି ବୋଲି ସ୍ଥାନୀୟ ଟାଉନ ହଲରେ ଆୟୋଜିତ ସପ୍ତଦଶ ଲୋକକଳା ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବାଦ ଗ୍ରୁପର କାଯ୍ୟଁନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏହା କହିଛନ୍ତି। ଶ୍ରୀମତୀ ପଟ୍ଟନାୟକ କହିଲେ ଭାରତର ଲୋକକଳା ସ୍ୱତନ୍ତ୍ର ଯାହା କୌଣସି ଆନ୍ତର୍ଜାତୀକ ମଂଚରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିପାରିବ। ଓଡ଼ିଶାରର ଲୋକ କଳା ସମୃଦ୍ଧ। ଏବେ ଏହି ଲୋକକଳା ଲୋପ ପାଇବାକୁ ବସିଥିବା ବେଳେ ସରକାରୀ ଓ ବେସରକାରୀ ସ୍ତରରେ ଏହାର ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯାଉଛି। ଏଭଳି ଲୋକକଳା ମହୋତ୍ସବ ଆୟୋଜନ ତାର ଏକ ମାଧ୍ୟମ। ଲୋକକଳା ହିଁ ସଂସ୍କୃତିକ ଭାବର ଆଦାନ ପ୍ରଦାନରେର ସହାୟକ ହୋଇପାରିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ସପ୍ତଦଶ ଜାତୀୟ ଲୋକମେଳା ଓ ଦଶମ ଜାତୀୟ କୃଷିମେଳାର ଚତୁର୍ଥ ସନ୍ଧ୍ୟା ବର୍ଷା ଯୋଗୁଁ ପୁରୀ ଟାଉନହଲଠାରେ ଆୟୋଜନ ହୋଇଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଜିଲ୍ଲା ହସ୍ତକଳା କେନ୍ଦ୍ରର ସହକାରୀ ନିର୍ଦ୍ଦୋକ ଅଜୟ କୁମାର ପାଣିଗ୍ରାହୀ ନେହେରୁ ଯୁବ କେନ୍ଦ୍ର ପୁରୀ ଜିଲ୍ଲା ସଂଯୋଂଜକ ଜୟଶଙ୍କର ଯୋଶୀ, ଏକ୍ସେଲ ଆଡ଼ଭଟାଇଜ୍ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଚିଦାନନ୍ଦ ନାୟକ, ଓ ବରିଷ୍ଠ ଆଇନଜୀବୀ ପିନୟ ନୃସିଂହ ମହାପାତ୍ର, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଲୋକକଳା ମହୋତ୍ସବକୁ ପ୍ରଶଂସା କରିଥିଲେ। ଶ୍ରୀକ୍ଷେତ୍ର ସୂଚନା ସଂସ୍ଥାର ସାଧାରଣ ସଂପାଦକ ରାଜେଶ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିତିଲେ। ଭରତ ନାୟକ ସଭାପତି ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଦିବ୍ୟାଂଶୁ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆସିଥିବା ବିଭିନ୍ନ ଟ୍ରୁପର ଲିଡ଼ରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟ୍ରୁପ ଲିନର ଭବନା ନାୟକ, ଭୁବେନ, ଧର୍ମେଶ ଭାଇ ରାଣା, ଲୋନକ କେ. ପଟେଲ, ଦୁଃଖିରାମ ପଣ୍ଡିତ, ମୁରାରିଲାଲ ତିୱାରୀ, ବେପାନା ଆଇଲିହା, କି. ନିଲା, ଡକ୍ଟର ବିନ୍ଦୁ, ଏନ ସଂଜୀବ ରାଓ, କେ ମାଲେଶ୍ୱର ରାଓ, ମିସ୍ ସୁନତା କୁମାରୀ, ଜିତେନ୍ଦ୍ର, ଏ.ଏସ୍ ପି ନାଗୁଲଗନି ନିଧି ଶ୍ରୀବାସ୍ତବ, ସୁରେଶ ବ୍ୟାସ ପ୍ରମୁଖ ସମ୍ବଦ୍ଧିତ ହୋଇଥିଲେ। ମଂଚରେ ମଣିପୁର, ମିଜୋରାମ, ଗୁଜୁରାଟ, ପଶ୍ଚମିବଙ୍ଗ, ଉତରପ୍ରଦେଶ, ତେଲଙ୍ଗନା, କେରଳ, ନାଗାଲାଣ୍ଡ, ଆନ୍ଧ୍ର ପ୍ରଦେଶ ଓ ହରିୟାନା ରାଜ୍ୟର ଲୋକକଳା ପ୍ରଦର୍ଶିତ ହୋଇଥିଲା।