Odiapua.com

ଜାତୀୟ ରାଜପଥ ପେଟ୍ରୋଲ ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ବାହାନଗା,୧ା୨(ଭାରତୀ ଦାସ / ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ ନଂ ଜାତୀୟ ରାଜପଥ ସେରଗଡ଼ ଟୋଲ ପ୍ଲାଜା ନିକଟରେ ଜିଲ୍ଲା ତରଫରୁ “ଜାତୀୟ ରାଜପଥ ପେଟ୍ରୋଲ” ଉଦଘାଟନ ପାଇଁ ଏକ ଉଦଘାଟନୀ କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ରାଜପଥ ପେଟ୍ରୋଲ ଉଦଘାଟିତ ହେବର କାର୍ଯ୍ୟକ୍ରମ ରହିଥିଲା । ଫଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଏହାକୁ ପରଦାରେ ସବୁଜ ପତାକା ହଲାଇ ସବୁଜ ସଂକେତ ଦେଇ ଅପରାହ୍ନ୫.୩୦ ଘଟିକା ସମୟରେ ଉଦଘାଟିତ କରିଥିଲେ ।ଫଳରେ ଏଥିରେ ଉଦିଷ୍ଟ ୩ଟି ଗାଡ଼ି ସଭା ସ୍ଥଳରୁ ବାହାରିବା ପାଇଁ ଥିବା ବେଳେ ଗୋଟିଏ ଗାଡ଼ି ଖରାପ ଯୋଗୁଁ ନ ଯାଇ ଠିଆ ହୋଇ ଥିଲା । ଫଳରେ କିଛି ଅଧିକାରୀ ମାନେ ଗାଡ଼ି ଠିକ କରିବା ପାଇଁ ଲାଗି ପଡ଼ିଥିବାର ଦେଖା ଯାଇଥିଲା   । ଏହି କାର‌୍ୟ୍ୟକ୍ରମ ଜିଲ୍ଲାରୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଉପଜିଲ୍ଲାପାଳ ଏ. ପାଟିଲ, ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର, ଉପ ଆରକ୍ଷୀ ଅଧିକ୍ଷକ ମନୋରଞ୍ଜନ ସାମଲ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ସଦର ବିଧାୟକ ସ୍ୱରୁପ କୁମାର ଦାସ, ଜଳେଶ୍ୱର ବିଧାୟକ ଅଶ୍ୱନୀ ପାତ୍ର, ଜାତୀୟରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଜେପି ବର୍ମାଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । କାର‌୍ୟ୍ୟକ୍ରମ ଶେଷରେ ଖନ୍ତାପଡ଼ା ଥାନା ଆଇଆଇସି ପରେଶ କୁମାର ରାଉତ ଧନ୍ୟବାଦ ଦେଇଥିଲେ ।