Odiapua.com

ଜାତୀୟ ଯୋଗାସନ କ୍ରୀଡା ପାଇଁ ରାଜ୍ୟରୁ ୮୭ ପ୍ରତିଯୋଗୀ ମନୋନୀତ

ଭୁବନେଶ୍ବର, ୨୫, ୧୦ (ଓଡ଼ିଆ ପୁଅ)- ଯୋଗାସନ ସ୍ପୋର୍ଟ ଆସୋସିଏସନ, ଓଡିଶା (YSAO) ହେଉଛି ଜାତୀୟ ଯୋଗାସନ କ୍ରୀଡା ସଂଘର ଓଡିଶା ଶାଖା, ଏହା ଭାରତ ସରକାରଙ୍କର କ୍ରୀଡା ବିଭାଗ ଦ୍ବାରା ମାନ୍ଯତା ପ୍ରାପ୍ତ। ଯୋଗକୁ ଲୋକ ପ୍ରିୟ କରିବା ପାଇଁ ଗତ ବର୍ଷ ଭାରତ ସରକାର ଯୋଗକୁ କ୍ରୀଡା ଭାବେ ମାନ୍ଯତା ପ୍ରଦାନ କରିଛନ୍ତି। ଏହି ପଞ୍ଚ ଦିବସୀୟ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସବ୍ବଜୁନିଅର, ଜୁନିଅର, ସିନିୟର, ବର୍ଗର ଉଭୟ ବାଳକ ଓ ବାଳିକା ବିଭାଗରେ ପାରମ୍ପରିକ, କଳାତ୍ମକ ଓ ତାଳବଦ୍ଧ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବର୍ଗରୁ ଯଥାକ୍ରମେ ଆୟେଷା ପ୍ରିୟ ଦର୍ଶିନୀ, ଆଦିତି ମିଶ୍ର, କଳ୍ପନା ବଳିଆର ସିଂହ, କିଷାନ ରଥ, ଆଶିଷ କୁମାର କାଲୋ, ହିମାଂଶୁ ବେହେରା, ସିନଜା ଛାଟୋଇ, ଅର୍ପିତା ସ୍ବାଇଁ, ସ୍ନେହାଶୁ ଦାସ, ସୁନୀଲ ମଲ୍ଲିକ, ସୌମେନ୍ଦୀୟ କୁମାର ସାହୁ, ରୋଜାଲିନ ବେହେରା, ପ୍ରଦୀପ କୁମାର ମହାପାତ୍ର, ସରୋବର ହୁସେନ ପାଇଦର, ଦିନେଶ କୁମାର ବେହେରା ଆଦି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ବୋଲି କାର୍ଯ୍ଯକ୍ରମ ନିର୍ଦ୍ଦେଶକ ତଥା କିଟ୍ ବିଶ୍ୱବିଦ୍ୟାଳୟର ଅଧ୍ଯାପକ ଡ ସଞ୍ଜୟ କୁମାର ପଣ୍ଡା ଓ ଅନୁଷ୍ଠାନର ସମ୍ପାଦକ ତଥା ଯୋଗ ଶିକ୍ଷକ ସରୋଜକାନ୍ତ ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଏହି କାର୍ଯ୍ଯକ୍ରମରେ ଅନୁଷ୍ଠାନର ସଭାପତି ତଥା ଡ ରାଜେନ୍ଦ୍ର ପ୍ରସାଦ କେନ୍ଦୀୟ ବିଶ୍ୱବିଦ୍ୟାଳୟର କୁଳାଧିପତି, ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଅନୁଷ୍ଠାନର ଓଡିଶା ପ୍ରଭାରୀ ଡ ରବିନାରାୟଣ ଆଚାର୍ଯ୍ଯ, ଅନୁଷ୍ଠାନର ର କୋଷାଧ୍ଯକ୍ଷ ଦିବାକର ହରିଚନ୍ଦନ କୃତି ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ଅନୁଷ୍ଠାନର ରମାବଲ୍ଲଭ ମହାପାତ୍ର, ରଘୁନାଥ ସାହୁ, ନିଖିଳ ଦଲେଇ, ବିଥିକା ମହାନ୍ତି, ସସ୍ମିତା ରାୟ, ମମତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ଯ ଯେ ଏହାର କ୍ବାଟର ଫାଇନାଲ ଓ ସେମିଫାଇନାଲ ଭର୍ଚୁଆଲ ମୋଡରେ ହେବାବେଳେ ପାରମ୍ପରିକ ଯୋଗ ର ଫାଇନାଲ ମ୍ଯାଚ ପ୍ରତ୍ଯକ୍ଷ ଭାବରେ ଅହମଦାବାଦରେ ୧୧-୧୨ ନଭେମ୍ବରରେ ଅନୁଷ୍ଠିତ ହେଉଥିବାବଳେ ଓ କଳାତ୍ମକ ଓ ତାଳବଦ୍ଧ ଯୋଗ ଡିସେମ୍ବରରେ ବାଙ୍ଗାଲୋର ଠାରେ ହେବ।