Odiapua.com

ଜାତୀୟ ମତଦାତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପୁରୀ, ୧୯/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଜାତୀୟ ମତଦାତା ଦିବସ ଆସନ୍ତା ୨୫ ତାରିଖରେ ପାଳନ କରାଯିବ। ଏଥିନିମନ୍ତେ ଉପ-ଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୫ ତାରିଖ ସକାଳ ସାଢ଼େ ଦଶ ଘଣ୍ଟା ସମୟରେ ସ୍ଥାନୀୟ ସଦଭାବନା ସଭାଗୃହରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିନିମନ୍ତେ, କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ପରିଷରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକୃତା, ଚିତ୍ରାଙ୍କନ, ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ଭୋଟର ମାନଙ୍କ ସମ୍ପର୍କରେ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିବା ୧୮ ରୁ ୧୯ ବର୍ଷ ବୟସ ମଧ୍ୟରେ ନୂତନ ଭୋଟର ଯୋଡ଼ିବା କ୍ଷେତ୍ରରେ କାର୍ଯ୍ୟ କରିଥିବା ପ୍ରାୟ ୩୯ ଜଣ ଶ୍ରେଷ୍ଠ ବୁଥ ସ୍ଥରୀୟ ଅଧିକାରୀଙ୍କୁ ପୁରସ୍କୃତ କରାଯିବ। ନୂତନ ଭୋଟର ମାନଙ୍କୁ ଭୋଟ ପରିଚୟ ପତ୍ର ପ୍ରଦାନ କରାଯିବ। ଗଣତନ୍ତ୍ର ଓ ମତଦାନ ସମ୍ପର୍କିତ ସପଥ ନିଆଯିବ। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିର୍ବାଚନ ଡ଼େପୁଟି କଲେକ୍ଟର ସୁମନ୍ତ କୁମାର କର, ତହସିଲଦା ରବିନ୍ଦ୍ର କୁମାର ପ୍ରଧାନ, ବିଡ଼ିଓ ରାମକୃଷ୍ଣ ପଟ୍ଟନାୟକ, ଉପଖଣ୍ଡ ପଞ୍ଚାୟତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା, ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ, ସଂସ୍କୃତି ଅଧିକାରୀ ଚୈାଧୁରୀ ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।