Odiapua.com

ଜାତୀୟ ବିପର୍ଯ୍ୟୟ ଦିବସ ପାଳନ

ଭୁବନେଶ୍ୱର/ଯାଜପୁର୨୯ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସ୍ଥାନୀୟ ନରସିଂହ ଚୈାଧୁରୀ ମହାବିଦ୍ୟାଳୟ ଠାରେ ପୂର୍ବାହ୍ନ ୮ ଘଟିକା ସମୟରେ ଜାତୀୟ ବିପର୍ଯ୍ୟୟ ଦିବସ ପାଳନ ହୋଇଯାଇଚ୍ଥି ।  ବିଭିନ୍ନ ସ୍କୁଲର ପିଲାମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇଥିଲେ ।  ସେଠାରୁ ପ୍ରାକୃତିକ ବିପର୍ଯ୍ୟୟର ପ୍ରଶମନ ଊପରେ ସ୍ମୋଗାନ ଦେଇ ପିଲାମାନେ ନରସିଂହ ଚୈାଧୁରୀ ମହାବିଦ୍ୟାଳୟ ଠାରେ ପହଞ୍ଚିଥିଲେ ।  ସେଠାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଗତ ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖରେ ମହା ବାତ୍ୟାର ବିଭିଷିକାର ଭୟାବହତା ସଂପର୍କରେ ଊପସ୍ଥିତ ପିଲା ଓ ଜନସାଧାରଣଙ୍କୁ ଅବଗତ କରାଇଥିଲେ ।  ତଥାପି ଏହାକୁ ମୁକାବିଲା କରି ଓଡିଶା ୧ ନମ୍ୱର ବୋଲି ସୁଖ୍ୟାତି ଅର୍ଜନ କରିଚ୍ଥି ।  ଏକତ୍ରିତ ହୋଇ ବିପଦର ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିପାରିଲେ ସପଂଳତା ମିଳେ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ ।  ନିଜେ ନିଜକୁ ସଚେତନ କରିପାରିଲେ ପ୍ରାକୃତିକ ବିପର୍ଯ୍ୟୟ ଦୂରେଇଯିବ ।  ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ପିଲାମାନେ ଭବିଷ୍ୟତର ଯେହେତୁ ମେରୁଦଣ୍ଡ, ସେମାନଙ୍କୁ ଏ ଦିଗରେ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ ।  ବିପର୍ଯ୍ୟୟ ପୂର୍ବରୁ ପ୍ରସ୍ତୁତ ହୋଇ ରହିବାକୁ ହେବ ବୋଲି କହିଥିଲେ ।  ପରେ ପରେ ସାପ କାମୁଡାରୁ ଲୋକ ମାନଙ୍କୁ ନିବର୍ତ୍ତାଇ ପାରୁଥିବା ସାପଧରାଳିଙ୍କୁ ଓ  ପୂର୍ବରୁ ବିପର୍ଯ୍ୟୟ ଦିବସ ପାଳନ ଊପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।  ଶେଷରେ ଅଗ୍ନିଶମ ସେବା ବିଭାଗର କର୍ମଚାରୀ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ପିଡିତ ବା ପିଡିତାଙ୍କୁ ଊଦ୍ଧାର କରାଯାଇ ପାରିବ ତା ଊପରେ ସେମାନେ କୈାଶଳ ବା ନୈାପୂଣ୍ୟତା ପ୍ରଦର୍ଶନ କରିଥିରେ ।  ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅଗ୍ନିଶମସେବା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମାର୍ଣ୍ଡି, ସି.ଡି.ଏମ୍‌.ଓ. ଡା. ରୁଦ୍ର ପ୍ରତାପ କର, ଡା. ନିରଂଜନ ପତି, ଜିଲ୍ଲା କ୍ରୀଡା ଅଧିକାରୀ ପଂକୀର ମୋହର ଟୁଡୁ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ନରସିଂହ ଚୈାଧୁରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପଂକୀର ମୋହନ ମଲ୍‌ି୍ଳକ ପ୍ରମୁଖ ଯୋଗଦେଇ ଏହି ଦିବସର ତାତ୍ପର୍ଯ୍ୟ ଓ ଭବିଷ୍ୟତରେ ଏହାକୁ ଏକତ୍ରିତ ଭାବେ ସାମନା କରିବାକୁ ପରାମର୍ଶ ଦେଇଥିଲେ ।  ଜିଲ୍ଲା ଜରୁରୀ ଅଧିକାରୀ ଊମେଶ ଚନ୍ଦ୍ର ଲେଙ୍କା ଏହି ବୈଠକ ପରିଚାଳନା କରିଥିଲେ ଓ ଜରୁରୀ ବିଭାଗ କର୍ମଚାରୀ ଅରୁଣ କୁମାର ସାହୁ, ଲକ୍ଷ୍ମୀଧର ସଏ, ସୁପ୍ରିୟ କୁମାର ପଣ୍ଡା, ତରୁଣ କୁମାର ପଣ୍ଡା, ନିରୋଦ ସୁନ୍ଦର ସାହୁ ଓ ଶୁଭାଶିଷ ଯେନା  ପ୍ରମୁଖ ସହଯୋଗ କରିଥିଲେ ।