Odiapua.com

ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ଗଣିଜାଙ୍ଗ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଧାନଶିକ୍ଷୟତ୍ରୀ ପ୍ରତିମା ଭୂୟାଁ କାର୍ଯ୍ୟକ୍ରମର ତତ୍ତ୍ୱାବଧାରକ ଥିଲେ।ଭଦ୍ରକ ଜିଲ୍ଲା ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଗାୟତ୍ରୀ ବେହେରା, ନିର୍ବାହୀଯନ୍ତ୍ରୀ ଇଂ ଭୀମ ହାସଦା, ବିଶ୍ୱରଂଜନ ପରିଡ଼ା, ମଳୟ ବେହେରା, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ, ସରପଞ୍ଚ ରଶ୍ମିତା ସେଠୀ, ସମିତିସଭ୍ୟ ମନୋରଞ୍ଜନ ସେଠୀ, ପ୍ରାକ୍ତନ ସରପଞ୍ଚ ରଞ୍ଜନ କୁମାର ସାହୁ, ଶିକ୍ଷୟତ୍ରୀ ଶୋଭାରାଣୀ ଦାସ, ନିବେଦିତା ଘଡାଇ, ଅଞ୍ଜୁଶ୍ରୀ ଜେନା, ବିଶ୍ୱନାଥ ନାୟକ , ପଞ୍ଚାନନ ଦାସ ସମେତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ଶକ୍ତି ବିଭାଗର କର୍ମଚାରୀମାନେ ଯୋଗଦେଇ ବିଦ୍ୟୁତ୍ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ କରିଥିଲେ। ବିଦ୍ୟୁତ୍ ଉପକରଣର ସଠିକ ବ୍ୟବହାର, ଓଦା ହାତରେ ବିଦ୍ୟୁତ୍ ଉପକରଣ ସ୍ପର୍ଶ ନ କରିବା, ଛିଣ୍ଡା ବିଦ୍ୟୁତ୍ ତାରଠାରୁ ଦୂରରେ ରହିବା, ବର୍ଷା ସମୟରେ ସତର୍କତା ଅବଲମ୍ବନ କରିବା ଏବଂ ବିଦ୍ୟୁତ୍ ଦୁର୍ଘଟଣା ଘଟିଲେ ତୁରନ୍ତ ସମ୍ପୃକ୍ତ ବିଭାଗକୁ ସୂଚନା ଦେବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ସମ୍ପର୍କିତ ଶପଥ ପାଠ କରାଯାଇଥିବା ବେଳେ ସଚେତନତା ଶୋଭାଯାତ୍ରା ବାହାର କରାଯାଇଥିଲା।