Odiapua.com

ଜାତୀୟ ପ୍ରେସ୍ ଦିବସ ପାଳନ ଉପଲକ୍ଷେ  ପ୍ରତିଯୋଗିତା ଅନୁଷ୍ଠିତ

ଯାଜପୁର୧୪ା୧୧(ଓଡିଆ ପୁଅ)ଜାତୀୟ ପ୍ରେସ୍ ଦିବସ ପାଳନ ଉପଲକ୍ଷେ ଯାଜପୁର ଜିଲ୍ଲା ସ୍ତରୀୟ ଓଡିଆ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ସ୍କୁଲ ଠାରେ ଅନୁଷ୍ଠିତ  ହୋଇଯାଇଅଚ୍ଥି ।  ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ମହାବିଦ୍ୟାଳୟର ଚ୍ଥାତ୍ର ଚ୍ଥାତ୍ରୀ ମାନେ ଯୋଗଦେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।  ମହାବିଦ୍ୟାଳୟ ସ୍ତରୀୟରେ ଓଡିଆ ବକ୍ତୃତା ପ୍ରତିଯୋଗିତାରେ ଚିତାଳୋ ମହାବିଦ୍ୟାଳୟର ଚ୍ଥାତ୍ର ସତ୍ୟବ୍ରତ ଦାସ ଓ ଚ୍ଥାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଯୁଗ୍ମ  ପ୍ରଥମ,  ଗୁରୁକୁଳ କଳିଙ୍ଗ +୨ ବିଜ୍ଞାନ ଆବାସିକ ମହାବିଦ୍ୟାଳୟର ଚ୍ଥାତ୍ରୀ କାଜଲ ସ୍ୱାଇଁ ଦ୍ୱିତୀୟ ଓ ଚ୍ଥାତ୍ରୀ ଅନିଶା ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି ।    ବିଚାରକ ଭାବେ ମନ୍ମଥ କୁମାର ମହାରଣା, ଗଣେଶ୍ୱର ସାମନ୍ତ ଓ ଶିବ ପ୍ରସାଦ ବଳ ପ୍ରମୁଖ ଏହି ପ୍ରତିଯୋଗିତାକୁ ସୂଚନା ଓ ଲୋକ ସଂପର୍କ ବିଭାଗ ଅଧିକାରୀଙ୍କ କର୍ମଚାରୀ ସତ୍ୟଜିତ୍ ନାୟକ, ରତିକାନ୍ତ ମହାନ୍ତି ପ୍ରମୁଖ ଶୃଙ୍ଖଳାର ସହିତ  ପରିଚାଳନା କରିଥିଲେ ।