Odiapua.com

ଜାତୀୟ ପ୍ରତିଯୋଗିତାରେ ଭିଏସଏସୟୁଟି ର ସଫଳତା

ସମ୍ବଲପୁର, ୯/୬ (ଓଡ଼ିଆ ପୁଅ) ବାଂଗାଲୁରୁ ଠାରେ ଆନାଲଗ ଡ଼ିଭାଇସ ଆଇଏନସି ପକ୍ଷରୁ ଆୟୋଜିତ ଜୀବନ ଧାରଣ ମାନ ରେ ଉନ୍ନତି ସମ୍ପର୍କିତ ଉଦ୍ଦାବନ ପ୍ରତିଯୋଗିତା-ଅନ୍ୱେଷଣ ୨୦୧୯ ରେ ବୁର୍ଲ୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଆଇଡ଼ିଆ ସେଲର ଛାତ୍ରମାନେ ତୃତୀୟ ରନର୍ସ ଆପ ହେବାର ଗୈାରବ ହାସଲ କରିଛନ୍ତି। ସୁଦର୍ଶନ ସାମଲ, ଶୋଭନ ପଂଡ଼ା, ଅପୂର୍ବ ମାସୁକ, ଜସସ୍ୱୀ ସାହୁ ଏବଂ ରୈାନକ ଅଗ୍ରଓାଲଙ୍କୁ ନେଇ ଗଠିତ ଟିମ ଦ୍ୱାରା ପ୍ରସ୍ତୁତ ଉଦ୍ଦାବିତ ପ୍ରକଳ୍ପକୁ ଏହି ପୁରଷ୍କାର ସ୍ୱରୂପ ଆଗକୁ ଗବେଷଣା ପାଇଁ ନଗଦ ଟଙ୍କା ଓ ପ୍ରସସ୍ତି ପତ୍ର ପ୍ରଦାନ କରାଯାଇଛି। ସେଲର ଏହି ଯନ୍ତ୍ର ଦ୍ୱାରା ଅଂଟା ବ୍ୟଥାର ନିରାକରଣ ପାଇଁ ଶୈଳୀ ଓ ମାଂସପେଶୀ ର ମାପ କରାଯାଇପାରିବ। ପରିଶ୍ରମ ବେଳେ ମାଂସପେଶୀ ଉପରେ ଚାପ ଓ ଅସନ୍ତୁଳିତ ଶୈଳୀ ଦ୍ୱାରା ହେବାକୁଥିବା ବ୍ୟଥା ବାବଦରେ ଏହି ମ୍ୟାସୀନ ଆଗତୁରା ସୂଚନା ଦେଇପରିବ। ଇଲେକ୍ଟ୍ରେମ୍ୟୋଗ୍ରାଫି କୈାଶଳ ବ୍ୟବହାର କରାଯାଇ ବିଭିନ୍ନ ସେନ୍ସର ଜରିଆରେ ଉକ୍ତ ମାପ କରିହେବ। ଏଥିରେ ଡ଼ାଟା ସୁରକ୍ଷା ଓ ଦୀର୍ଘକାଳୀନ ପୂର୍ବାନୁମାନ ସହିତ ଆପ୍ସ ମାଧ୍ୟମରେ ଏହାର ବ୍ୟବହାର ସୁବିଧା ରହିବ। ବିଶ୍ୱବିଦ୍ୟାଳୟର ଏହି ସେଲ ଆଗରୁ ଏହି ଡ଼ିଭାଇସର ଉଦ୍ଦାବନ ଓ ବଜାର ରେ ଉରଗ୍ଧ ଉପଲବଧତା ଉପରେ ଗବେଷଣା ଚଲାଇଛି। ଏପରିକି ଏହାର ନର୍ଭୁଲ ପରିମାପକ ବାବଦରେ ପରୀକ୍ଷା କରାଯାଇଛି। ହେଲେ ଅନ୍ୱେଷଣରେ ନଅ ମାସର ଲମ୍ବା ପରୀକ୍ଷା ଉତାରୁ ଫାଇନାଲ ପର୍ଯ୍ୟାୟେରେ ଶ୍ରେଷ୍ଟ ଏଗାରଟି ସଂସ୍ତା ମଧ୍ୟରେ ସ୍ରାନ ପାଇଥିଲାା