Odiapua.com

ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା – ୨୦୨୨

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ, ଭୁବନେଶ୍ୱର ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଭଦ୍ରକଙ୍କ ମିଳିତ ଆନୁକୁଲ୍ୟରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସରକାରୀ ବାଳିକା ବିଦ୍ୟାଳୟ ଠାରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ସାଧାରଣ ବର୍ଗ ନିମନ୍ତେ ୧୩୭ ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗ ୧୧ ଜଣ ଛାତ୍ରୀ ଯୋଗ ଦେଇଥିଲେ। ଆଜିର ଏହି ପ୍ରତିଯୋଗିତାକୁ ତିନିଜଣ ବରିଷ୍ଠ ବିଚାରକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତୀ ପ୍ରତିଯୋଗୀମାନଙ୍କୁ ଆଗାମୀ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ। ଶିଶୁ କଲ୍ୟାଣ ପରିଷଦର ଆଦେଶ ନାମାନୁସାରେ ପ୍ରତ୍ୟେକ ବର୍ଗରୁ ୨ଜଣଙ୍କୁ ରାଜ୍ୟ ସ୍ତରକୁ ଅନୁମୋଦନ କରାଯିବ ବୋଲି ଜଣାପଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଏ.ଡି.ଇ.ଓ., ଡଃ. ମାୟାଧର ସାହୁ, ଏସ୍‌.ଏସ୍‌.ଏସ୍‌.ଓ., ସୁବାଷ ନାୟକ, ସି.ଡବ୍ଲ୍ୟୁ.ସି. ଚେୟାରପର୍ସନ୍‌, ଡଃ. ସୁଦର୍ଶନ ବାରିକ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର ସାହୁ, ଡି.ସି.ପି.ଓ. ବିଜୟ କେତନ ସାହୁ, ସମସ୍ତ ଶିଶୁଯତ୍ନ ଅନୁଷ୍ଠାନର ପରାମର୍ଶଦାତ୍ରୀ ଅଧିକ୍ଷକଙ୍କ ସମେତ ଶିଶୁ ସୁରକ୍ଷା ୟୁନିଟ୍‌ର କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।