Odiapua.com

ଜାତୀୟ ଗ୍ରାମାଚଂଳ ମେଧାବୃତି ପରୀକ୍ଷାରେ ଏମଭି୭ ହାଇସ୍କୁଲର ସଫଳତା,୯ଜଣ ଛାତ୍ର ଛାତ୍ରୀ ଜିଲ୍ଲାରେ ଟପର, ବିଦ୍ୟାଳୟରେ ସମ୍ବୋର୍ଦ୍ଦିତ

ମାଲକାନଗିରି,୨ା୩(ଓଡିଆ ପୁଅ ) ଜାତୀୟ ଗ୍ରାମାଚଂଳ ମେଧାବୃତି ୨୦୧୯ ପରୀକ୍ଷାରେ ଏମଭି୭ ଜଗନ୍ନାଥପଲୀ ଉଚ୍ଚବିଦ୍ୟାଳୟ ସଫଳତା ହାସଲ କରିଛି,୧୦ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୯ଜଣ ଛାତ୍ର ଛାତ୍ରୀ ଜିଲ୍ଲାସ୍ତରରେ ଟପର ହୋଇ ବିଦ୍ୟାଳୟର ଗୌରବ ବଢାଇ ଦେଇଛନ୍ତି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଏମଭି୭ ଜଗନ୍ନାଥପଲୀ ହାଇସ୍କୁଲ ର ଆଦିବାସୀ ଛାତ୍ର ତ୍ରୀଲୋଚନ ମାଢି ଜିଲ୍ଲାରେ ପ୍ରଥମସ୍ଥାନ ଅଧିକାର କରି ଟପର ହୋଇଥିବା ବେଳେ ଶେଖର ବାରିକ ଦ୍ୱିତାୟ ସ୍ଥାନ,ମହାନନ୍ଦ ପାଇକ ତୃତୀୟ ସ୍ଥାନ,ଭୀମସେନ ଖିଲ,ରାହୁଲ ମଣ୍ଡଳ,ଶୁଭମ ମଣ୍ଡଳ,ଶୀତଲ ମଣ୍ଡଳ,ବନିତା ମାଡକାମୀ,ଶଙ୍କ ସୋଡି ଜିଲ୍ଲାର ଅନ୍ୟାନ ପରୀକ୍ଷାର୍ଥୀ ମାନଙ୍କ ଠାରୁ ଅଧିକ ନମ୍ବର ରଖି ଜିଲ୍ଲାରେ ଟପର ହୋଇଛନ୍ତି । ବିଦ୍ୟାଳୟର ୯ଜଣ ଛାତ୍ର ଛାତ୍ରୀ ଜିଲ୍ଲାରେ ଟପର ହୋଇଥିବାରୁ ଶିକ୍ଷକ ଓ ଶିକ୍ଷା ପ୍ରେମୀ ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଏ.ଇଶ୍ୱର ରାଓ ,ଶ ିକ୍ଷକ ଜଗନ୍ନାଥ ସାହୁ,ଶିକ୍ଷକ ଦିପଙ୍କର ମଲିକ,ପ୍ରମୋଦକୁମାରମିଶ୍ର,ଅଜୟକୁମାର ସ୍ୱାଇଁ, ଶ୍ରୀଧାମମଣ୍ଡଳ,ପ୍ରଦୀପ ମିଶ୍ର,ରତ୍ନାକର ବିଶ୍ୱାଳ,ଦିପୁ ବୈରାଗୀ,ରାହୁଳ ମଣ୍ଡଳ,ରାଜେଶ ସିଂ,ପ୍ରସ୍ନଜିତ ଘରାମୀ,ଶିକ୍ଷୟତ୍ରୀ ସଙ୍କୁନ୍ତଳା ସ୍ୱାଇଁ ପ୍ରମୁଖଶ ିକ୍ଷକ, ଶିକ୍ଷୟତ୍ରୀ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଟପର ଛାତ୍ର ଛାତ୍ରୀମାନଙ୍କୁ ଫୁଲତୋଡା ଦେଇ ସମ୍ବୋର୍ଦ୍ଦନା ଜଣାଇ ିଥିଲେ ।ପ୍ରଧାନଶିକ୍ଷକ ଏ.ଇଶ୍ୱର ରାଓ କହନ୍ତି ଯେ ଛାତ୍ର ଛାତ୍ରୀମାନଙ୍କର ଅଧ୍ୟବସାୟ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପ୍ରେରଣା ଓ ମାର୍ଗଦର୍ଶନ ଦ୍ୱାରା ଛାତ୍ର ଛାତ୍ରୀ ମାନେ ଜିଲ୍ଲାରେ ଟପର ହୋଇପାରିଛନ୍ତି ।