ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନା ଆଧାରରେ, ସରସ୍ୱତୀ ବିଦ୍ୟାମନ୍ଦିରପୁରୁଣାବଜାର ,ଭଦ୍ରକରେ, ଶ୍ରେଣୀ ପ୍ରଥମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ନେଇ ବିଶିଷ୍ଟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ପବିତ୍ର ଜନ୍ମତିଥ୍ରେ “ଜାତୀୟ ଗଣିତ ଦିବସ “ ପାଳିତ ହେବାସହ ବର୍ଗ ଅନୁସାରେ ପିଲାମାନଙ୍କ ମଧ୍ୟରେ ଗଣିତରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇଥିଲା । ୧୦ ଟାରେ ପିଲାମାନେ ଘରକୁ ଯିବାପରେ, ଦିନ ୧୧ ଟାରେ ପିଲାମାନଙ୍କର ଜେଜେ ବାପା, ଜେଜେମାଆ, ଅଜା, ଆଈ ନିମିତ ଉଦ୍ଦିଷ୍ଟ “ଜେଜେବାପା ଜେଜେମାଆ ସମ୍ମିଳନୀ “ ର ସଭାକାର୍ଯ୍ୟ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି ସଭାକାର୍ଯ୍ୟର ମଂଚ ପରିଚାଳନା କାର୍ଯ୍ୟ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଦିଲ୍ଲୀପ କୁମାର ସେଠୀ କରିଥିବା ବେଳେ ଅତିଥ୍ ପରିଚୟ ଗୁରୁଜୀ ମନ୍ଦରଧର ସାହୁ ଓ ବରିଷ୍ଠ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ପତି ଧନ୍ୟବାଦ ଅର୍ପଣ କରି ଥିଲେ । ଏହି କାର୍ଯ୍ୟକ୍ରମରେ ୭୫ ଜଣ ଜେଜେବାପା, ଜେଜେମା ଉପସ୍ଥିତ ଥୂବା ସହ ବିଦ୍ୟାଳୟ ର ସଭାପତି ବିଜୟ କୁମାର ବହଳୀ, ସମ୍ପାଦକ ଶିବଶଙ୍କର ଦାସ ଓ କୋଷାଧ୍ୟକ୍ଷା ଶକୁନ୍ତଳା ଦାସ ମହୋଦୟା ଉପସ୍ଥିତ ଥିଲେଲ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜକିଶୋର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ, ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ଡିଏସ୍ପି ତଥା ଯୋଗ ଶିକ୍ଷକ ଭାବେ ଜଣାଶୁଣା ମୃତ୍ୟୁଞ୍ଜୟ ନାରାୟଣ ପଣ୍ଡା, “ଶିଶୁମନ୍ଦିର କିପରି ଭାରତର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖୁଛି “ ଏହା ସମ୍ବନ୍ଧରେ ମାର୍ଗ ଦର୍ଶନ କରିଥିଲେ । ସେହିପରି ସଭାପତି ବିଜୟ କୁମାର ବହଳୀ ଅଭିଭାଷଣରେ ବିଦ୍ୟାଳୟର ଉନ୍ନତି ପାଇଁ ଉପସ୍ଥିତ ବ୍ୟକ୍ତିମାନଙ୍କର ସାହାଯ୍ୟ ଓ ସହଯୋଗର କାମନା ଲୋଡ଼ିଥିଲେ । ଶେଷରେ ସଂସ୍କୃତି ସମ୍ପନ୍ନ କିଛି ପ୍ରଶ୍ନ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ଗୁରୁମା ମମତା ମିଶ୍ର, ସୁଜାତା ଘଡେଇ, ଦିଲୀପ ସେଠୀ ଏବଂ ପ୍ରଧାନ ଆଚାର୍ଯ୍ୟ ଅମୃତ କଳସୀ ମାଧ୍ୟମରେ ପଚାରିବା ପରେ ସଭା ସାଙ୍ଗ କରାଯାଇ ସମସ୍ତେ ଭୋଜନ କରି ଘରକୁ ପ୍ରତ୍ୟାବର୍ତନ କରିଥିଲେ । ବିଦ୍ୟାଳୟ ର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ଅନ୍ୟ ମାନଙ୍କର ସହଯୋଗ ଦ୍ୱାରା କାର୍ଯ୍ୟକ୍ରମ ସଫଳ ହୋଇଥିଲା ।