Odiapua.com

ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ,୨୧୮ଜଣ କନ୍ୟା ବିଭିନ୍ନ ପ୍ରତି ଯୋଗୀତାରେ ଭାଗନେଇ ପୁରସ୍କୃତ ହେଲେ

ମାଲକାନଗିରି,୨୪ା୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜିଲ୍ଲା ଶିଶୁମଙ୍ଗଳ କମିଟି ର ଅଧ୍ୟକ୍ଷ ଅଶୋକ କୁମାର ପଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ସମ୍ମାନିତ ଅତିଥି ଭାବେ ଜିଲ୍ଲାସମାଜିକ ସୁରକ୍ଷା ଅଧିକାରୀ ରାଧାମଣିଦଳାଇ ଯୋଗଦେଇ ଜାତୀୟ କନ୍ୟାସନ୍ତାନ ଦିବସ ଉତ୍ସବ କୁ ଉଦଘାଟନ କରିଥିଲେ । ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ଶିଶୁଗୃହ ରୁ ୨୧୮ଜଣ କନ୍ୟାସନ୍ତାନ ଓ ୨୦ଜଣ ବଡଦିଦି ଯୋଗଦେଇ ପୁଚି, କୌତିକୀୟା ପୋଷାକ,ସ୍କେଟିଂ,ମଡେଲିଂ,ନୃତ୍ୟ,ସଂଗୀତ ପ୍ରତିଯୋଗୀତାରେ ଭାଗନେଇ ନିଜ ନିଜ କଳାଚାତୁରି ପ୍ରଦର୍ଶନ କରିଥିଲେ । କୃତୀପ୍ରତି ଯୋଗୀଙ୍କୁ ମୁଖ୍ୟଅତିଥି ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏହି ଉତ୍ସବରେ ଅନ୍ୟାନ ମାନଙ୍କ ମଧ୍ୟରେ ନିତୀ ଆୟୋଗର ରାଜସେଖରେଡୀ,ସଜୁକ୍ତାପ୍ରଧାନ, ସୁଦେଶ୍ନାରାଉତ, ସଭ୍ୟ ଚୁମୁକି ବେହେରା,ବଡ ଦିଦି ଜୟନ୍ତି ବରୁଦା,ସତ୍ୟଜିତପଣ୍ଡା,ମୌସୁମୀ ମିଶ୍ର,ରନଂଦୀପ ମଣ୍ଡଳ,ଶିବପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।