Odiapua.com

ଜାତୀୟ କନ୍ୟା ଶିଶୁ ଦିବସ ପାଳିତ

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ କନ୍ୟା ଶିଶୁ ଦିବସ ପାଳନ ଅବସରରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ରକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜିଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ ସବୁକ୍ଷେତ୍ରରେ ବାଳିକାମାନେ ଶୀର୍ଷରେ ପହଞ୍ôଚ ପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । କନ୍ୟା ଶିଶୁମାନେ ସମାଜରେ ତଥା ପିତାମାତାଙ୍କର ଗର୍ବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ନିଜର ବକ୍ତବ୍ୟରେ କହିଥିଲେ । ଅନ୍ୟତମ ଅତିଥି ଭାବେ ସର୍ବଶିକ୍ଷା ଅଭିଯାନର ବାଳିକା ସଂଯୋଜିକା ଇପ୍‌ସିତା ଜେନା, ବାଳିକା ମାନଙ୍କର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଭାବେ ଡଃ ସୌଦାମିନୀ ଧଳ ଯୋଗଦେଇ ବାଳିକାମାନଙ୍କର ଋତୁସ୍ରାବ ଜନିତ ସ୍ୱାସ୍ଥ୍ୟ ସଚେତନତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସି.ଏଚ୍‌. ବିଜୟଲକ୍ଷ୍ମୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଛାତ୍ରୀମାନଙ୍କର ବ୍ୟକ୍ତିତ୍ୱ ବୃଦ୍ଧି ଉପରେ ଆଲୋକପାତ କରିଥିଲେ ।