Odiapua.com

ଜାତୀୟ ଉପଭୋକ୍ତା ଦିବସ ଅବସରରେ ଜିଲ୍ଲାସ୍ତରୀୟ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜାତୀୟ ଉପଭୋକ୍ତା ଦିବସ ଅବସରରେ ଭଦ୍ରକ ବୈଧ ମାପ ବୈଜ୍ଞାନିକଙ୍କ କାର୍ଯ୍ୟାଳୟ ଏବଂ ଆଇନ ମାପନ(ଲିଗାଲ ମେଟ୍ରୋଲୋଜି) ବିଭାଗର ସହଯୋଗରେ ଏକ ଜିଲ୍ଲାସ୍ତରୀୟ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। “ଜାଗୋ ଗ୍ରାହକ ଜାଗୋ” ଅଭିଯାନ ଅନ୍ତର୍ଗତ ଆୟୋଜିତ ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଉପଭୋକ୍ତାମାନଙ୍କୁ ନିଜ ଅଧିକାର, ସୁରକ୍ଷା ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରିବା। କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥିମାନେ ସଠିକ୍ ଓଜନ ଓ ମାପ ବ୍ୟବହାର, ଏମଆରପି ଯାଞ୍ଚ, ମାନକ ଚିହ୍ନିତ ସାମଗ୍ରୀ କ୍ରୟ ଓ ରସିଦ୍ ଗ୍ରହଣର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ସେମାନେ କହିଥିଲେ ଯେ ସଚେତନ ଉପଭୋକ୍ତା ହେଲେ ବଜାରରେ ଅନ୍ୟାୟ ଓ ଠକେଇକୁ ରୋକାଯାଇପାରିବ।ବକ୍ତାମାନେ ଆହୁରି କହିଥିଲେ ଯେ ବୈଧ ମାପ ବୈଜ୍ଞାନିକ ବିଭାଗ ଦ୍ୱାରା ନିୟମିତ ଭାବେ ଓଜନ ଓ ମାପ ଯାଞ୍ଚ କରାଯାଇ ଉପଭୋକ୍ତାଙ୍କ ସ୍ୱାର୍ଥ ସୁରକ୍ଷିତ କରାଯାଉଛି।ନେସନାଲ କନଜ୍ୟୁମର ହେଲ୍ପ ଲାଇନ ପୋର୍ଟାଲ ମାଧ୍ୟମରେ ଉପଭୋକ୍ତା ଅଭିଯୋଗ ଦାଖଲ ଓ ଶୀଘ୍ର ନିଷ୍ପତ୍ତି ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବୈଧ ମାପ ବୈଜ୍ଞାନିକ ବିଭାଗର ଅଧିକାରୀ ଓ କର୍ମଚାରୀ, ଉପଖଣ୍‌ତ ସୂଚନା ଓ ଲୋକ ସଂପର୍କ ଅଧିକାରୀ , ଗଣମାଧ?୍ୟମ ପ୍ରତିନିଧି, ଓ ସାଧାରଣ ଜନସାଧାରଣ ଉପସ୍ଥିତ ଥିଲେ।