Odiapua.com

ଜାତୀୟସ୍ତର ତୀରନ୍ଦାଜ ପ୍ରତିଯୋଗୀତା ରେ ସ୍ୱର୍ଣ୍ଣଦକ ହାସଲ କରିଥିବା କୋୟା ଆଦିବାସୀ ଛାତ୍ର ନିଜ ଗାଁରେ ସମ୍ବୋର୍ଦ୍ଦିତ ହେଲେ

ମାଲକାନଗିରି,୨୪ା୧୧(ଓଡିଆ ପୁଅ )  ଜାତୀୟସ୍ତର ତୀରନ୍ଦାଜ ପ୍ରତି ଯୋଗୀତାରେ ପ୍ରଥମସ୍ଥାନ ଅଧିକାର କରି ସ୍ୱର୍ଣ୍ଣଦକ ହାସଲକରିଥିବା ଜେଣେ କୋୟା ଆଦିବାସୀ ସଂପ୍ରଦାୟର ଛାତ୍ରଙ୍କୁ ତାଙ୍କ ଗ୍ରାମବାସୀ ମାନେ ଆନନ୍ଦିତ ହୋଇ ଆଜି ସମ୍ବୋର୍ଦ୍ଦିତ କରିଛନ୍ତି । ମାଲକାନଗିରି ବ୍ଲକସ୍ଥ ଗୋରଖୁଠାଂ ପଚାଂୟତ କୃଷୁଓ୍ୟାର୍ଡାଗ୍ରାମର କୋୟା ଆଦିବାସୀ ସଂପ୍ରଦାୟର ମାସା ମାଡକାମିଙ୍କ ପୁତ୍ର ରାହୁଲ ମାଡକାମି ଗତ ସପ୍ତାହକ ତଳେଲକ୍ଷ୍ମୋ ଠାରେ  ଅନୁଷ୍ଟିତ ଜାତୀୟସ୍ତର ତୀରନ୍ଦାଜ ପ୍ରତି ଯୋଗୀତାରେ ଭାଗନେଇ ପ୍ରଥମସ୍ଥାନ ଅଧିକାର କରି ସ୍ବର୍ଣ୍ଣଦକ ପାଇ ଜିଲ୍ଲା ଓ ରାଜ୍ୟପାଇଁ ଗୌରବ ଆଣିଦେଇଛନ୍ତି । ଏହି ଖବର କୃଷୁଓ୍ୟାର୍ଡା ଗ୍ରାମବାସୀ ମାନେ ଜାଣିବା ପରେ ତାଙ୍କଗ୍ରାମର ଗେହ୍ଲାପୁଅ ରାହୁଲକୁ ସମ୍ମାନିତ କରିବା ପାଇଁ ନିସ୍ପତି ନେଇ ଆଜି  କୃଷୁଓ୍ୟାର୍ଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସମ୍ବୋର୍ଦ୍ଦନା ସଭାର ଆୟୋଜନ କରିଥିଲେ । ଗୋରାଖୁଠାଂ ପଚାଂୟତର ସରପଚଂ ଏରା ପଡିଆମି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସମ୍ବୋର୍ଦ୍ଦନା ସଭାରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ମାନସ ମାଡକାମି,ମୁଖ୍ୟବକ୍ତାଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ,ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ସଭ୍ୟ ସୁବାଷ ଚନ୍ଦ୍ର ବାନାର୍ଜୀ,ବି.କାମେଶ୍ୱର ରାଓ,ଧନୁର୍ଯ୍ୟୟ ମାଡକାମି,ସର୍ବେଶ୍ୱର ବିଶୋୟୀ,ବିଦ୍ୟାଳୟ ପ୍ରଧାନଶିକ୍ଷକ ନିରଜଂନପଣ୍ଡା,ଟି ସିନୁରାଜୁ ପ୍ରମୁଖ ଯୋଗଦେଇ ଆଦିବାସୀ ଅଧ୍ୟୁଷିତ କୃଷୁଓ୍ୟାର୍ଡା ପରି ନିପଟ ମଫସଲଗ୍ରାମର ବାଳକ ଜାତୀୟସ୍ତରରେ ସ୍ବର୍ଣ୍ଣପଦକ ହାସଲକରି କେବଳ ଜିଲ୍ଲାବାସୀଙ୍କୁ ଖୁସି କରିନହାଁନ୍ତି ସେ ସମଗ୍ର ରାଜ୍ୟବାସୀଙ୍କ ପାଇଁ ଗୈରବ ଆଣିଦେଇଛନ୍ତି । ବିଦ୍ୟାଳୟରେ କେବଳ ପାଠପଢି ପୁସ୍ତକୀଟହୋଇ ରହିଲେ ଦେଶ ଦୁନିଆର ଭଲମନ୍ଦ କଥା କିଛ ଜାଣିପାରିବନାହିଁ, ପାଠସହିତ ଶାଠ ଓ କ୍ରୀଡା ରେ ଭାଗନେଇ ନିଜକୁ ସୁସ୍ଥସବଳ ରଖି ରାହୁଲ ପରି ଜଣେ ଭଲକ୍ରୀଡା ବିତ ହେବା ଆବଶ୍ୟକ ବୋଲି ମଚଂାସିନ ଅତିଥି ମାନେ କହିଥିଲେ । ଏହି ଅବସରେ ଗ୍ରାମବାସୀ ଓ ବିଦ୍ୟାଳୟ ପକ୍ଷରୁ ରାହୁଲକୁ ଉପଢୈକନ ଫୁଲ ତୋଡା ଓ ପୁରସ୍କାର ଦେଇ ଅତିଥି ମାନଙ୍କ ଦ୍ୱାରା ସମ୍ବୋର୍ଧିତ କରାଯାଇଥିଲା ।

ଜାତୀୟସ୍ତର ପ୍ରତି ଯୋଗୀତାରେ ସ୍ବର୍ଣ୍ଣପଦକ ହାଲକରିଥିବା ରାହୁଲ ତାଙ୍କ କ୍ରୀଡାର ପ୍ରତିଯୋଗୀତାର  ଅନୁଭୁତି ସଂପର୍କରେ କହିଥିଲେ । ସମ୍ବୋର୍ଦ୍ଦନା ସଭାରେ ରାହୁଲଙ୍କ ବାପା ମାସା ମାଡକାମି ଓ ମା ଇର୍ମେମାଡକାମି ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ଅବସରେ ସମତି ସଭ୍ୟା ଭାରତୀ ରାଜୁଂ,ଶତୃଘନପାଣିଗ୍ରାହୀ,ଗଣପତି ରାଜୁଂ,ଦୁର୍ଗା ରାଓ ଦୁଆରି,ପ୍ରସାଦ ପେଡି,ଗ୍ରାମମୁଖିଆ ମାଲା ମାଢି,ବିପିନି ବିହାରି ପାଣିଗ୍ରାହୀ,ଦେବା ପଡିଆମି,ଗଙ୍ଗା ମାଢି,ବିଶ୍ୱଜିତ ବିଶ୍ୱାସ ପ୍ରମୁଖ ଯୋଗଦେଇ ରାହୁଲଙ୍କୁ ପ୍ରଶସାଂ କରିବାସହ ସମ୍ବୋର୍ଦ୍ଦନା କରିଥିଲେ ।   ଆଗରୁ ରାହୁଲ ନିଜଗ୍ରାମ କୃଷୁଓ୍ୟାର୍ଡା ବିଦ୍ୟାଳୟରେ ପାଠପଡୁଥିବା ସମୟରେ ତାଙ୍କର ତୀରଚାଳନା ପ୍ରତି ଆଗ୍ରହ ଥିବା ଦେଖି ଗତ୨୦୧୬ମସିହାରେ ଜିଲ୍ଲାକ୍ରୀଡା ଆଧିକାରୀ ଜ୍ଞାନେନ୍ଦ୍ର ବଢାଇ ତାଙ୍କୁ ଜିଲ୍ଲାକ୍ରୀଡା ଛାତ୍ରବାସରେ ରଖି ନିଜେ ତାଲିମ ଦେଇଥିଲେ । ସେ ରାଜ୍ୟସ୍ତରରେ କନିଷ୍ଟବର୍ଗରେ ତୀରନ୍ଦାଜ ପ୍ରତି ଯୋଗୀତାରେ ୬ଥର ଭାଗନେଇ ସ୍ୱଣ୍ଣ ର୍ପଦକ,ରୌପ୍ୟପଦକ, ବ୍ରୋଚଂପଦକ ପାଇବା ସହିତ ଜାତୀୟସ୍ତର ପ୍ରତି ଯୋଗୀତାରେ ଭାଗନେଇ ୩ଟି ସ୍ୱର୍ଣ୍ଣ,୨ଟି ରୌପ୍ୟ,୨ଟି ବ୍ରୋଚଂ ପଦକ ହାସଲକରି ସାରିଛନ୍ତି । ସେ ଏବେ ଆନ୍ତର୍ଜାତୀୟ ସ୍ତର ପ୍ରତି ଯୋଗୀତାରେ ଭାଗନେବା ପାଇଁ  ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ମାଲକାନଗିରି ରେ ତୀରନ୍ଦାଜ ତାଲିମ ପାଇଁ ଉପଯୁକ୍ତ ପ୍ରଶିକ୍ଷଣବ୍ୟବସ୍ଥା ନଥିଲେ ମଧ୍ୟ ସେ ଆନ୍ତର୍ଜାତୀୟସ୍ତର ପ୍ରତି ଯୋଗୀତାରେ  ସ୍ୱଣ୍ଣ ର୍ପଦକ ହାଲକରିବା ପାଇଁ ତାଙ୍କର ଇଛାରହିଛି । ରାହୁଲ ଏବେ ମାଲକାନଗିରି କ୍ରୀଡାଛାତ୍ର ବାସରେ ରହି ବିବିଗୁଡା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୮ମ ଶ୍ରେଣୀର ଛାତ୍ର, ସେ ଭଲପାଠପଢିବା ସହିତ ତୀରଚାଳନା ପ୍ରତି ତାଙ୍କର ଆଗ୍ରହ ରହିଥିବାରୁ ତାଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଉତ୍ସାହିତ କରିବା ପାଇଁ ସ୍ୱତନ୍ତ୍ରଭ।ବେ ତାଲିମ ଦେବାର ବ୍ୟବସ୍ଥା କରିବା ନିମନ୍ତେ କୃଷୁଓ୍ୟାର୍ଡା ଗ୍ରାମବାସୀ ଦାବିକରିଛନ୍ତି । ନିଜ ଜନ୍ମିତ ଗାଁ ଓ ନିଜ ବିଦ୍ୟାଳୟରେ ସମ୍ମାନିତ ହୋଇ ସମ୍ବୋର୍ଧିତ ହୋଇଥିବାରୁ ରାହୁଲ ଓ ତାଙ୍କ ବାପା ମା ବହୁତ ଖୁସି ହୋଇ ଛନ୍ତି ।