ମାଲକାନଗିରି,୨୪ା୧୧(ଓଡିଆ ପୁଅ ) ଜାତୀୟସ୍ତର ତୀରନ୍ଦାଜ ପ୍ରତି ଯୋଗୀତାରେ ପ୍ରଥମସ୍ଥାନ ଅଧିକାର କରି ସ୍ୱର୍ଣ୍ଣଦକ ହାସଲକରିଥିବା ଜେଣେ କୋୟା ଆଦିବାସୀ ସଂପ୍ରଦାୟର ଛାତ୍ରଙ୍କୁ ତାଙ୍କ ଗ୍ରାମବାସୀ ମାନେ ଆନନ୍ଦିତ ହୋଇ ଆଜି ସମ୍ବୋର୍ଦ୍ଦିତ କରିଛନ୍ତି । ମାଲକାନଗିରି ବ୍ଲକସ୍ଥ ଗୋରଖୁଠାଂ ପଚାଂୟତ କୃଷୁଓ୍ୟାର୍ଡାଗ୍ରାମର କୋୟା ଆଦିବାସୀ ସଂପ୍ରଦାୟର ମାସା ମାଡକାମିଙ୍କ ପୁତ୍ର ରାହୁଲ ମାଡକାମି ଗତ ସପ୍ତାହକ ତଳେଲକ୍ଷ୍ମୋ ଠାରେ ଅନୁଷ୍ଟିତ ଜାତୀୟସ୍ତର ତୀରନ୍ଦାଜ ପ୍ରତି ଯୋଗୀତାରେ ଭାଗନେଇ ପ୍ରଥମସ୍ଥାନ ଅଧିକାର କରି ସ୍ବର୍ଣ୍ଣଦକ ପାଇ ଜିଲ୍ଲା ଓ ରାଜ୍ୟପାଇଁ ଗୌରବ ଆଣିଦେଇଛନ୍ତି । ଏହି ଖବର କୃଷୁଓ୍ୟାର୍ଡା ଗ୍ରାମବାସୀ ମାନେ ଜାଣିବା ପରେ ତାଙ୍କଗ୍ରାମର ଗେହ୍ଲାପୁଅ ରାହୁଲକୁ ସମ୍ମାନିତ କରିବା ପାଇଁ ନିସ୍ପତି ନେଇ ଆଜି କୃଷୁଓ୍ୟାର୍ଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସମ୍ବୋର୍ଦ୍ଦନା ସଭାର ଆୟୋଜନ କରିଥିଲେ । ଗୋରାଖୁଠାଂ ପଚାଂୟତର ସରପଚଂ ଏରା ପଡିଆମି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସମ୍ବୋର୍ଦ୍ଦନା ସଭାରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ମାନସ ମାଡକାମି,ମୁଖ୍ୟବକ୍ତାଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ,ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ସଭ୍ୟ ସୁବାଷ ଚନ୍ଦ୍ର ବାନାର୍ଜୀ,ବି.କାମେଶ୍ୱର ରାଓ,ଧନୁର୍ଯ୍ୟୟ ମାଡକାମି,ସର୍ବେଶ୍ୱର ବିଶୋୟୀ,ବିଦ୍ୟାଳୟ ପ୍ରଧାନଶିକ୍ଷକ ନିରଜଂନପଣ୍ଡା,ଟି ସିନୁରାଜୁ ପ୍ରମୁଖ ଯୋଗଦେଇ ଆଦିବାସୀ ଅଧ୍ୟୁଷିତ କୃଷୁଓ୍ୟାର୍ଡା ପରି ନିପଟ ମଫସଲଗ୍ରାମର ବାଳକ ଜାତୀୟସ୍ତରରେ ସ୍ବର୍ଣ୍ଣପଦକ ହାସଲକରି କେବଳ ଜିଲ୍ଲାବାସୀଙ୍କୁ ଖୁସି କରିନହାଁନ୍ତି ସେ ସମଗ୍ର ରାଜ୍ୟବାସୀଙ୍କ ପାଇଁ ଗୈରବ ଆଣିଦେଇଛନ୍ତି । ବିଦ୍ୟାଳୟରେ କେବଳ ପାଠପଢି ପୁସ୍ତକୀଟହୋଇ ରହିଲେ ଦେଶ ଦୁନିଆର ଭଲମନ୍ଦ କଥା କିଛ ଜାଣିପାରିବନାହିଁ, ପାଠସହିତ ଶାଠ ଓ କ୍ରୀଡା ରେ ଭାଗନେଇ ନିଜକୁ ସୁସ୍ଥସବଳ ରଖି ରାହୁଲ ପରି ଜଣେ ଭଲକ୍ରୀଡା ବିତ ହେବା ଆବଶ୍ୟକ ବୋଲି ମଚଂାସିନ ଅତିଥି ମାନେ କହିଥିଲେ । ଏହି ଅବସରେ ଗ୍ରାମବାସୀ ଓ ବିଦ୍ୟାଳୟ ପକ୍ଷରୁ ରାହୁଲକୁ ଉପଢୈକନ ଫୁଲ ତୋଡା ଓ ପୁରସ୍କାର ଦେଇ ଅତିଥି ମାନଙ୍କ ଦ୍ୱାରା ସମ୍ବୋର୍ଧିତ କରାଯାଇଥିଲା ।