Odiapua.com

ଜାତୀୟସ୍ତରର ତାଇକୁଣ୍ଡ ପ୍ରତିଯୋଗିତାରେ ବ୍ରୋଂଚ ବିଜୟନୀ ସୁଦୀପ୍ତାଙ୍କୁ ଭଦ୍ରକ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତାଇକୁଣ୍ଡ ଅଫ୍ ଇଣ୍ଢିଆ ଆନୁକୂଲ୍ୟରେ ଚଳିତ ମାସ ୮ ରୁ ୧୦ ତାରିଖ ମଧ୍ୟରେ ଇଉପି ର ଆଗ୍ରା ଠାରେ ଅନୁଷ୍ଠିତ ହେଉôତବା ଜାତୀୟ ସୁପର ଜୁନିଅର /ସବ୍ ଜୁନିଆର/ କ୍ୟାଡ଼େଟ / ଜୁନିଆର / ସିନିଅର କ୍ୟୋରୁଗୀ ଏବଂ ପୂମସେଏ ନାସ୍‌ନାଲ ଚମ୍ପିଆନ୍‌ସିପ୍ ୨୦୨୪ରେ ଭାଗ ନେଇ ଭଦ୍ରକ ଜିଲ୍ଲାରୁ ସୁଦୀପ୍ତା ବାରିକ୍ ବ୍ରୋଂଚ ମେଡ଼ାଲ ହାସଲ କରିଛନ୍ତି । ଭଦ୍ରକ ଜିଲ୍ଲାପାଳ ଦିଲୀପ୍ ରାଉତରାଏ ସୁଦୀପ୍ତାଙ୍କୁ ଏବଂ ତାଙ୍କ କୋଚ୍ ସବ୍ୟସାଚୀ ବେହେରାଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତରୀୟ ଦେଇ ଅଭ୍ୟର୍ଥନା ପ୍ରଦାନ କରିଥିଲେ । ଜିଲ୍ଲା ୍ରକ୍ରୀଡ଼ା ଅଧିକାରୀ ଶ୍ୟାମଲ କୁମାର ରାୟ ତାଙ୍କୁ ଧନ୍ୟବାଦ ଅର୍ପଣ ସହ ଶୁଭକାମନା ଜଣାଇଛନ୍ତି । ସୁଦୀପ୍ତା କେନ୍ଦ୍ରୀୟ ବିଦ୍ୟାଳୟର, ଭଦ୍ରକର ୮ମ ଶ୍ରେଣୀରେ ଅଧ୍ୟୟନରତ୍ତ । ଜିଲ୍ଲାପାଳ ନିଜେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଥିଲେ । ତେଣୁ ସେ ସୁଦୀପ୍ତାଙ୍କୁ ଜୀବନରେ କିପରି ସୁନାଗରିକ ହୋଇ ଶୀର୍ଷରେ ପହଂଚିବେ ସେ ବିଷୟରେ ପରାମର୍ଶ ଦେଇଥିଲେ ଏବଂ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସୁଦୀପ୍ତା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ସେଣ୍ଡତୀରା ଗ୍ରାମ ପଂଚାୟତ ତାଳପଦା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପୀତବାସ ବାରିକ୍ ଙ୍କ ଏକମାତ୍ର ନାତୁଣୀ ଓ ଭଗବାନ ବାରିକ୍‌, ଫାଇନାସ୍ ଏକ୍ସପର୍ଟ, ଭଦ୍ରକ କଲେକ୍ଟରେଟ୍ ଏବଂ ସସ୍ମିତା ବେହେରା, ଆସିଷ୍ଟାଂଟ ମ୍ୟାନେଜର ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ କୋର୍ବାଙ୍କର ଏକମାତ୍ର କନ୍ୟା । ପୂର୍ବରୁ ଅନୁଷ୍ଠିତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ରିଜିୟନାଲ ସ୍ପୋର୍ଟ ମିଟ୍ ତଥା ଓଡ଼ିଶା ତାଇକୁଣ୍ଡ ଆସୋସିଏସନ୍ (ପୁରି) ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସୁପର ସବ୍‌ଜୁନିଅର/ ଜୁନିଆର /କ୍ୟାଡ଼େଟ୍ / ଜୁନିଆର / ସିନିଆର କ୍ୟୋରୁରୀ ଏବଂ ପୁମସେଏ ଚମ୍ପିୟନ୍‌ସିପ୍‌ରେ ଭାଗ ନେଇ ବାଳିକା ବିଭାଗରେ ବହୁବାର ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ତାଙ୍କର ଏହି ଜାତୀୟ ସ୍ତରରେ ସଫଳତା ପାଇଁ ତାଙ୍କୁ ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ସୁଭେଚ୍ଛାର ସୁଅ ଛୁଟୁଛି ।