Odiapua.com

ଜାତିର ପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

ନୟାଗଡ ୩୦/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ବ୍ଲକ ବୃନ୍ଦାବନପୁର ଗ୍ରାମ ପଞ୍ଚାୟତ ବିନୋଦପଡା ଗ୍ରାମରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ କୁ ସହିଦ୍ ଦିବସ ଭାବେ ପାଳନ କରାଯାଇଥିବା ଜଣାପଡିଛି।

ଏଥିରେ ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସର ଯୁବଶାଖା ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ, ପ୍ରଭାକର ନାୟକ, ଅଭିମନ୍ୟୁ ନାୟକ, ନାରାୟଣ ପୃଷ୍ଟି ଓ ବୀରବର ନାୟକଙ୍କ ସହ ଗାଁର କୁନି କୁନି ଛାତ୍ରାଛାତ୍ରୀମାନେ ଯୋଗ ଦେଇଥିଲେ। ମହାତ୍ମାଗାନ୍ଧୀଙ୍କର ଅମରଗାଥା ଉପରେ ଆଲୋଚନା କରାଯାଇଥିଲା। ତାଙ୍କରି ପଥ ଅନୁସରଣ କରି ଏ ଜାତିକୁ ବିପଦ ସମୟରେ ସାହାର୍ଯ୍ୟ ସହଯୋଗ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।