Odiapua.com

ଜାଣନ୍ତୁ ୫୯ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ୱର ୧୪-୪ (ଓଡ଼ିଆ ପୁଅ) : ରାଜ୍ୟରେ ଆଉ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ପ୍ରେସମିଟରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଯାଜପୁରର ଓ ଅନ୍ୟ ୪ ଭୁବନେଶ୍ୱରର। ଭୁବନେଶ୍ବରର ଚିହ୍ନଟ ୪ ଜଣଙ୍କ ମଧ୍ୟରୁ ୩ଜଣ ବମିଖାଲ ଓ ଜଣେ ଝାରପଡ଼ା ଅଞ୍ଚଳର। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବାବେଳେ ୧୮ ଜଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ବରରେ ଏଯାଏଁ ୪୬ ପଜିଟିଭ ଚିହ୍ନଟ ହୋଇଛନ୍ତି।

୫୯ ନମ୍ବର କରୋନା ଆକ୍ରାନ୍ତ

୫୯ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ୭୫ ବର୍ଷୀୟ ବୃଦ୍ଧ। ସେ ବମିଖାଲ ଜୟଦୁର୍ଗାନଗରର ବେବିଲୋନ ଆପାର୍ଟମେଣ୍ଟରେ ୨୨ ମାର୍ଚରୁ ୧୩ ଏପ୍ରିଲ ଯାଏଁ ରହିଥିଲେ। ଏହି ବୃଦ୍ଧଙ୍କ ଠାରେ ମଧ୍ୟ କୌଣସି ଲକ୍ଷଣ ଦେଖାଯାଇନଥିଲା। କିନ୍ତୁ ଯେହେତୁ ସେହି ଆପାର୍ଟମେଣ୍ଟରେ ଅନ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ, ସେଥିପାଇଁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ୧୪ ଏପ୍ରିଲ ତାଙ୍କର ପଜିଟିଭ ଚିହ୍ନଟ ପରେ ତାଙ୍କୁ କିମ୍ସ ହସ୍ପିଟାଲକୁ ପଠାଯାଇଛି।