Odiapua.com

ଜାଣନ୍ତୁ ୫୮ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ୱର ୧୪-୪ (ଓଡ଼ିଆ ପୁଅ) : ରାଜ୍ୟରେ ଆଉ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ପ୍ରେସମିଟରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଯାଜପୁରର ଓ ଅନ୍ୟ ୪ ଭୁବନେଶ୍ୱରର। ଭୁବନେଶ୍ବରର ଚିହ୍ନଟ ୪ ଜଣଙ୍କ ମଧ୍ୟରୁ ୩ଜଣ ବମିଖାଲ ଓ ଜଣେ ଝାରପଡ଼ା ଅଞ୍ଚଳର। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବାବେଳେ ୧୮ ଜଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ବରରେ ଏଯାଏଁ ୪୬ ପଜିଟିଭ ଚିହ୍ନଟ ହୋଇଛନ୍ତି।

୫୮ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି
୫୮ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ଜଣେ ୫୧ ବର୍ଷିୟ ମହିଳା। ଆକ୍ରାନ୍ତ ବମିଖାଲ ଜୟଦୁର୍ଗାନଗରର ବେବିଲୋନ ଆପାର୍ଟମେଣ୍ଟଟରେ ୨୨ ମାର୍ଚରୁ ୧୩ ଏପ୍ରିଲ ଯାଏଁ ରହିଥିଲେ। ମହିଳା ଜଣଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇନଥିଲା। କିନ୍ତୁ ପାଖରେ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ତାଙ୍କର ଟେଷ୍ଟ କରାଯାଇଥିଲା। ୧୪ ଏପ୍ରିଲରେ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କିମ୍ସର କୋଭିଡ ହସ୍ପିଟାଲକୁ ପଠାଯାଇଛି।