Odiapua.com

ଜାଣନ୍ତୁ ଏହି ପଥର ପଛରେ ଥିବା ରହସ୍ୟ ସଂପର୍କରେ

ନୂଆଦିଲ୍ଲୀ,୨୩/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଦୁନିଆରେ ଏପରି କେତେକ ଅଜବ ଜିନିଷ ଘଟଣା ରହିଛି, ଯାହା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। ଚେନ୍ନାଇରେ ଏପରି ଏକ ସ୍ଥାନ ରହିଛି, ଯେଉଁଠାରେ ଶ୍ରୀକୃଷ୍ଣଙ୍କ ଲହୁଣୀ ବଲ ରହିଛି। ଯାହାକୁ ବଟର ବଲ ନାମରେ ପରିଚିତ। କିନ୍ତୁ ଏହାକୁ ନେଇ ଏକ ଆଶ୍ଚର୍ଯ୍ୟ କିମ୍ବଦନ୍ତୀ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ପଥର ୧୨୦୦ ବର୍ଷ ହେଲାଣି ୪୫ ଡିଗ୍ରୀ କୋଣରେ ଢଳି ରହିଛି। କୌଣସି ପ୍ରକାର ଝଡତୋଫାନ ଏହା ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ। ଦକ୍ଷିଣ ଭାରତର ମହାବଳୀପୁରୁମରେ ଶ୍ରୀକୃଷ୍ଣଙ୍କ ଏହି ଚମତ୍କାରୀ ପଥର ରହିଛି। ଯାହା ଆକାରରେ ବିଶାଳକାୟ।

ଏହି ପଥରର ଓଜନ ପାଖାପାଖି ୨୫୦ ଟନ ରହିଛି। ଯାହାର ଚଉଡା ୫ ମିଟର ଏବଂ ଉଚ୍ଚତା ୨୦ ଫୁଟ ରହିଛି। ବିନା କାହା ସାହାଯ୍ୟରେ ଏହି ପଥରଟି ୪୫ ଡିଗ୍ରୀ କୋଣରେ ଝୁଲି ରହିଛି। ଏହି ପଥରକୁ ଲୋକମାନେ ବଟର ବଲ ବୋଲି କୁହାଯାଉଛି। ଅନେକ ଲୋକ ଆଜିପର୍ଯ୍ୟନ୍ତ ବଟର ବଲକୁ ହଲାଇବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଏହାକୁ କେହି ବି ଟିକେ ହେଲେ ମଧ୍ୟ ହଲାଇ ପାରିନାହାନ୍ତି।