ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ଜାଗୁଳା ପଂଚାୟତରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ହୋଇଥିବା କାର୍ଯ୍ୟକ୍ରମରେ ମା ଧାମରାଇ ମଣ୍ଡଳ ସମସ୍ତ ସଭ୍ୟ ଯୋଗ ଦେଇ ପ୍ରତି ଘର ଘର ବୁଲି ମାଟି ସଂଗ୍ରହ କରିବା ସମୟରେ ମହିଳା ମାନଙ୍କ ଦ୍ୱାରା ଘଂଟ ଏବଂ ଶଙ୍ଖ ଧ୍ୱନିରେ ଗ୍ରାମ ପ୍ରକମ୍ପିତ ହୋଇଥିଲା । ପ୍ରତି ଘରୁ ମାଟି ସଂଗ୍ରହ ହେଉଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ଉପସଭାପତି କମଳାକାନ୍ତ ସୂତାର, ମା ଧାମରାଇ ମଣ୍ଡଳ ଯୁବ ମୋର୍ଚା ସଭାପତି ତ୍ରିଦିବେଶ ପ୍ରଧାନ, ଜାଗୁଳା ପଂଚାୟତର ସଭାପତି ସରୋଜ ଲେଙ୍କା, ଦୀପକ ବେହେରା, ମାନସ ନାୟକ, ଚନ୍ଦନ ଜେନା, ଗୋବର୍ଧନ ବାରିକ, ସୁନାକର ଜେନା, ମନୋରଞନ ଲେଙ୍କା, ଚନ୍ଦ୍ରଶେଖର ଜେନା, ରତିକାନ୍ତ ଜେନା, ଅରୁଣ ଦାସ, ବିଜୟ ପ୍ରତାପ ଜେନାଙ୍କ ସହ ବହୁ ରାଷ୍ଟ୍ରବାଦୀ ଯୁବ ବନ୍ଧୁ ମାନେ ଉପସ୍ଥିତ ରହିବା ସହ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।