Odiapua.com

ଜଳ ସଂରକ୍ଷଣ ଓ ଜଳର ଅପବ୍ୟବହାର ରୋକିବା ପାଇଁ ସଚେତନତା ନିମନ୍ତେ ସାଇକେଲ ଯାତ୍ରା

ପୁରୀ ୨୫-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଚାକିରୀରୁ ଅବସର ପରେ ଜଳ ସଂରକ୍ଷଣ ଓ ଜଳର ଅପବ୍ୟବହାର ରୋକିବା ପାଇଁ ସଚେତନତା ନିମନ୍ତେ ସାଇକେଲ ଯାତ୍ରା।ଭାରତବର୍ଷର ୭ଟି ରାଜ୍ୟ ବୁଲି ପୁରୀରେ ପହଂଚିଛନ୍ତି ଲାୟନ୍ସ କ୍ଳବର ସୁବାସ ଚନ୍ଦ୍ର।ସାଇକେଲ ଯୋଗେ ସେ ପ୍ରାୟ ୮୩୦୦କି.ମି ଅତିକ୍ରମ କରିସାରିଲେଣି।ଆହୁରି ୬ରୁ୭ ରାଜ୍ୟ ଯିବେ।ଜାତୀୟ ରାଜପଥ ନୁହେଂ ବରଂ ରାଜ୍ୟ ରାଜପଥ ଦେଇ ସେ ସାଇକେଲ ଯୋଗେ ବୁଲିବା ସହ ବିଭିନ୍ନ ସ୍କୁଲ,କଲେଜ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଅପବ୍ୟବହାର ରୋକିବା ସମ୍ପର୍କରେ ବୁଝାଉଛନ୍ତି।ଜଳ ଜୀବନ ମିଶନର ଵାର୍ତା ନେଇ ସେ ଗାଁ ଗାଁକୁ ଯାଉଛନ୍ତି।୨୦୧୮ ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ଜଳ ସଂରକ୍ଷଣ ଓ ଜଳର ଅପବ୍ୟବହାର ରୋଜାନଗେଲେ ସମଗ୍ର ଭାରତବର୍ଷରେ ଉତ୍କଟ ଜଳ ସମସ୍ୟା ଦେଖାଯିବ।ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସେ ଏହି ପ୍ରୟାସ ଜାରୀ ରଖିଛନ୍ତି।