Odiapua.com

ଜଳ ସଂପର୍କୀତ ବସିଥିବା ବୈଠକରେ କ୍ୟୁରେସି କହିଲେ କିଛି ଏମିତି

ନୂଆଦିଲ୍ଲୀ,୨୩/୧୦,(ଓଡ଼ିଆ ପୁଅ ପି ନାୟକ): ଭାରତ ଯଦି ପାକିସ୍ତାନରେ ପ୍ରବାହିତ ହେଉଥିବା ନଦୀର ଜଳପଥକୁ ପରିବର୍ତ୍ତନ କରିବାକୁ ଚାହିଁବ,ତେବେ ଏହାକୁ ପ୍ରବର୍ତ୍ତାଇବା ରୂପରେ ଦେଖାଯିବ ବୋଲି ଗତକାଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ସାହ ମହମ୍ମଦ କ୍ୟୁରେସି କହିଛନ୍ତି । ଏହାଛଡା ଭାରତ ସରକାର ଯଦି ଝେଲମ, ଚେନାବ ଓ ସିନ୍ଧୁ ନଦୀର ଧାରାକୁ  ବଦଳାଇଲେ ତେବେ ପାକିସ୍ତାନ ଏହାକୁ ପ୍ରବର୍ତ୍ତାଇବା ଭଳି ଦେଖିବ । ଏହାସହ ଭାରତକୁ ଧମକପୂର୍ଣ୍ଣ ସ୍ବରୂପ ସେ କହିଛନ୍ତି, ଭାରତ ଯଦି ଜଳର ସ୍ରୋତ ପରିବର୍ତ୍ତନ କରିବାକୁ ଚେଷ୍ଟା କରେ ତେବେ ତାଙ୍କୁ ପାକିସ୍ତାନ ଉଚିତ ଜବାବ ଦେବ ।