Odiapua.com

ଜଳ ଯୋଗାଣ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ଫେଲ ମାରିବା ପରେ ଗ୍ରାମବାସୀଙ୍କ ପଦକ୍ଷେପ

ନୟାଗଡ ୧୪/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ୍ୟ ଓ କେନ୍ଦ୍ର ସରକାର କୃଷି, କୃଷିକ୍ଷେତ୍ର ଓ କୃଷକ ମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି। ସେଥିପାଇଁ ଅନେକ କ୍ଷେତ୍ରରେ କୃଷକ ମାନଙ୍କୁ ଜଳକର ଦେବାକୁ ପଡୁଛି। କିନ୍ତୁ ଜଳକର ଦେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଜମିକୁ ଜଳସେଚନ ପାଇଁ ପଦକ୍ଷେପ ନନେଇ କେବଳ ଜଳକର ଆଦାୟ କରି ଚାଲିଛନ୍ତି। ସେଭଳି ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଳଭଦ୍ରପୁର ଗ୍ରାମପଞ୍ଚାୟତରେ। ବଳଭଦ୍ରପୁର ମୈାଜା ଭଗବାନପୁର ପଡା ନିକଟ କଙ୍କଡାଝର ନଦୀରେ ଏକ ଚେକ୍‌ଡ୍ୟାମ୍ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି।

ରକ୍ଷଣାବେକ୍ଷଣ ଅଭାବ କ୍ଷୁଦ୍ର ଜଳସେଚନ ବିଭାଗର ଅଣଦେଖା ଯୋଗୁଁ ନଦୀପାଣି ନଦୀରେ ଯାଉଛି। କୃଷକ ମାନଙ୍କର ଜମି ଜଳସେଚିତ ହୋଇପାରୁନାହିଁ। କ୍ଷୁଦ୍ରଜଳସେଚନ ବିଭାଗ ନିଦରେ ଶୋଇଥିବା ଯୋଗୁଁ କୃଷକମାନେ ଚେକ୍‌ଡ୍ୟାମ୍ ରେ ବାଲିବସ୍ତା ବାଡଦେଇ ଜମିକୁ ଜଳସେଚନ କରିବାପାଇଁ ଚେଷ୍ଟା ଚଲାଇଛନ୍ତି। ଏ ସର୍ମ୍ପକେ ରଣପୁର କ୍ଷୁଦ୍ର ଜଳସେଚନ ବିଭାଗ ଅଧିକ୍ଷଣ୍ଡ ଯନ୍ତ୍ରୀ କ୍ଷିତିଶ୍ କୁମାର ତ୍ରିପାଠିଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ମୁଁ ନୂଆକରି କାର୍ଯ୍ୟଭାର ଗ୍ରହଣ କରିଛି। କଙ୍କଡାଝର ନଦୀ ଚେକ୍‌ଡ୍ୟାମ୍ କେଉଁଠି ? କେଉଁ କନିଷ୍ଠ ଯନ୍ତ୍ରୀ ଙ୍କ ଅଧିନରେ ରହିଛି ମୋତେ ଦେଖିବାକୁ ପଡିବ। ବିଭାଗୀୟ ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏଥିପ୍ରତି ଦୃଷ୍ଟିଦେଇ କୃଷକଙ୍କ ଜମିକୁ ଜଳ ଯୋଗାଣ କରିବାକୁ କୃଷକ ମାନେ ଅନୁରୋଧ କରିଛନ୍ତି।