ମାଲକାନଗିରି,୨୬ା୫ (ଓଡିଆ ପୁଅ) ଲକଡାଉନ ପାଇଁ ତିନୋଟି ପରିବାରରୁ ୨ମହିଳା ଓ ୬ ଶିଶୁଙ୍କର ଗଲା ଜୀବନ । ସିଲେରୁ ନଦୀରେ ଡଙ୍ଗାବୁଡି ଘଟଣାରେ ୮ଜଣ ନିଖୋଜଙ୍କ ମଧ୍ୟରୁ ଗତ ଦୁଇଦିନତଳେ ୬ଜଣଙ୍କର ମୃତ ଶରୀରର ଉଦ୍ଧାର ହୋଇଥିବା ବେଳେ ଆଜି ପୁଣି ୨ ନିଖୋଜଙ୍କ ମୃତ ଶରୀରର ଉଦ୍ଧାର କରାଯାଇଛି । ଗତ୨୪ତାରିଖ ଦିନ ମାଲକାନଗରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ କନ୍ଧଗୁଡା ଗ୍ରାମ ନିକଟ ସିଲେରୁ ନଦୀରେ ହୁଲି ଡଙ୍ଗାରେ ତିନୋଟି ଆଦିବାସୀ ପରିବାରଙ୍କର ୧୧ଜଣ ଘରକୁ ଫେରୁଥିଲେ । ନଦୀ ମଝୀରେ ଦୁଇଟି ଡଙ୍ଗା ବୁଡିଯାଇଥିଲା । ସେଥିରେ ବସିଥିବା ୧୧ଜଣ ଯାକ ନଦୀପାଣିରେ ବୁଡି ଯାଇଥିଲେ । ବହୁକଷ୍ଠରେ ସୁଧିର ଖରା,ସତିବାବୁ ଖିଲ,ରମେଶ ବଡନାୟକ ପହଁରି ପହଁରି କୁଳକୁ ଆସି ଜୀବନ ବଚାଂଇଥିବା ବେଳେ ଅନ୍ୟ୮ଜଣ ପାଣିରେ ବୁଡି ନିଖୋଜ ଥିଲେ । ସେହି ଦିନ ଜଣେ ତିନିବର୍ଷର ଶିଶୁକନ୍ୟା ଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଏହି ଖବର ପାଇ କୁଡୁମୁଲୁଗୁମ୍ମା ଅଗ୍ନିଶମ ବିଭାଗ ଓ ଉଡ୍ରାପଟିମ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ମାଲକାନଗିରି ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ,ଏସପି ରିଶିକେଶ ଡି ଖିଲାରୀ,ଏସଡିପିଓ ସୁନାରାମ ହେମ୍ବ୍ରେମ,ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନ ଦୋରା, କୁଡୁମୁଲୁଗୁମ୍ମା ତହସିଲଦାର ବିଜକୁମାର ମାଣ୍ଡାଙ୍ଗି,ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ତିନିଦିନ ଧରି ଉଦ୍ଧାର କାର୍ଯ୍ୟ ତଦାରଖ ଚଳାଇଥିଲେ । ଗତ କାଲି ଜଣେ ମହିଳା ଓ ୪ଜଣ ଶିଶୁଙ୍କ ମୃତଶରୀରର ଉଦ୍ଧାର କରାଯାଇଥିଲା । ଆଜି ସକାଳେ ପୁଣି ସେଠାରେ ଅଗ୍ନିଶମ ବିଭାଗ ଓ ଉଡ୍ରାପଟିମ ଖୋଜା ଖୋଜିକରିବାପରେ ଜଣେ ମହିଳା ଓ ଜଣେ ଶିଶୁଙ୍କର ମୃତ ଶରୀରର ଉଦ୍ଧାର ହୋଇଛି । ଡଙ୍ଗାବୁଡାରେ ନିଖୋଜ ୮ଜଣଙ୍କର ମୃତ ଶରୀରର କୁ ବହୁକଷ୍ଠରେ ଗତ ତିନିଦିନ ମଧ୍ୟରେ ଉଦ୍ଧାର କରାଯାଇଛି ।ଉଦ୍ଧାର ମୃତ ଶରୀରଗୁଡିକୁ ଚିତ୍ରକୋଣ୍ଡା ହସପିଟାଲରେ ଶବ ବ୍ୟବଛେଦ ପରେ ସେମାନଙ୍କ ପରିବାରଙ୍କୁ ପୁଲିସ ହସ୍ତାନ୍ତର କରିଛି । ମୃତ ଆଠଜଣ ହେଲେ ପହଁରି ପହଁରି ଉଦ୍ଧାର ହୋଇଥିବା କନ୍ଧଗୁଡା ଗ୍ରାମର ସୁଧିର ଖରା,ରମେଶ ବଡନାୟକ,ଗୁଠାଂଓ୍ୟାର୍ଡା ଗ୍ରାମର ସତିବାବୁ ଖିଲ ଙ୍କ ତିନୋଟି ପରିବାରର ଦୁଇଜଣ ମହିଳା ଓ ୬ଜଣ ଶିଶୁ ରହିଛନ୍ତି । ମୃତକ ମାନେ ହେଲେ କନ୍ଧଗୁଡା ଗ୍ରାମର ସୁଧିର ଖରା ଙ୍କ ପତ୍ନି ଲକ୍ଷମ୍ମି ଖରା(୨୨),ଝିଅ ପିଙ୍କି ଖରା(୪),ପୁଅ ଅବିର ଖରା(୧ବର୍ଷ),ରମେଶ ବଡନାୟକଙ୍କ ପତ୍ନି ଅନୁଶା ବଡନାୟକ(୨୫),ଦୁଇ ଝିଅ ଗାୟତ୍ରୀ ବଡନାୟକ(୩),ରାଣୀ ବଡନାୟକ (୬),ଗୁଠାଂଓ୍ୟାର୍ଡା ଗ୍ରାମର ସତିବାବୁ ଖିଲଙ୍କ ଦୁଇପୁଅ ଶ୍ମଶାନ ଖିଲ(୫),ଅନିସରଣ ଖିଲ (୧ବର୍ଷ) ବୋଲି ଜଣାପଡିଛି । ଏହି ତିନିପରିବାରଙ୍କର ତିନିଜଣ ପୁରୁଷ ଲୋକଙ୍କୁ ଛାଡି ଅନ୍ୟସମସ୍ତେ ଡଙ୍ଗାବୁଡିରେ ମୃତ୍ୟୁ ଘଟିଛି । ଜିଲ୍ଲାପ୍ରଶାସନ ପକ୍ଷରୁ ମୃତପରିବାରଙ୍କୁ ୬ହଜାର ଲେଖା ଟଙ୍କା ଶବସଂସ୍କାର କରିବା ପାଇଁ ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମନାଭଦୋରା ପ୍ରଦାନକରିଛନ୍ତି ।
ଚିତ୍ରକୋଣ୍ଡା ବ୍ଲକସ୍ଥ ଗୁଠାଂଓ୍ୟାର୍ଡା ଓ କନ୍ଧଗୁଡା ଗ୍ରାମର ପ୍ରାୟ ୪୪ଜଣ ଆଦିବାସୀ ଲୋକ ତେଲାଙ୍ଗାନା ରାଜ୍ୟକୁ ଗତ ୫ମାସତଳେ ଇଟାଭାଟି କାମକରିବାପାଇଁ ପିଲାଛୁଆ ମାନଙ୍କୁ ଧରି ଯାଇଥିଲେ ।କରୋନାର ଦ୍ୱତିୟଲହର ହେବାରୁ ଲକଡାୁନ ପାଇଁ ଇଟାଭାଟି କାମ ବନ୍ଦହୋଇ ଯାଇଥିଲା । ଲକଡାଉନ ପାଇଁ ଯାନବାହନ ଚଳାଚଳ ବନ୍ଦ ରହିଥିବାରୁ ଏହି ଶ୍ରମିକ ମାନେ ବହୁକଷ୍ଟରେ ତେଲାଙ୍ଗାନା ରୁ ଆନ୍ଦ୍ରପ୍ରଦେଶକୁ ଏକ ବସରେ ଆସିଥିଲେ । ଆନ୍ଦ୍ର ଓଡିଶା ସୀମାସିଲ ହୋଇ ଯାଇଥିବାରୁ କରୋନା ପରୀକ୍ଷା ହେବା ଓ କ୍ୱାରେଟାଂଇନ କେନ୍ଦ୍ରରେ ରହିବା ଭୟରେ ସଡକ ପଥରେ ଆସି ନପାରି ଲୁଚିକି ଚିତ୍ରକୋଣ୍ଡା ଆନ୍ଦ୍ରପ୍ରଦେଶ ସୀମାନ୍ତ ସିଲେରୁ ନଦୀପାର ହୋଇ ନିଜଗାଁକୁ ଫେରୁଥିଲେ । ମଝି ନଇରେ ଡଙ୍ଗାଦୁଟି ବିଡି ଯାଇ ୧୧ଜଣ ପାଣିରେ ବୁଡି ଯାଇଥିଲେ , ସେମାନଙ୍କ ମଧ୍ୟରୁ ବହୁକଷ୍ଟରେ ତିନିଜଣ ପୁରୁଷ ଲୋକ ପହଁରି ପହଁରି କୁଳରେ ପହଁଚିଥିଲେ । ଅନ୍ୟ୮ଜଣ ଙ୍କ ମଧ୍ୟରେ ୨ମହିଳା ଓ ୬ଶିଶୁ ଥିବାରୁ ପହଁଚି ନପାରି ପାଣିରେ ବୁଡିଯାଇଥିଲେ । ଘଟଣାସ୍ଥଳରେ ଗ୍ରାମବାସୀ ଚିତ୍ରକୋଣ୍ଡା ତହସଲିଦାର ,ଥାନା ଅଧିକାରୀ, ଜିଲ୍ଲାପାଳ, ଏସପି ଓ ଅଗ୍ନିଶମ ବିଭାଗ, ଉଡ୍ରାପ ଟିମ ପହଁଚି ଉଦ୍ଧାର କାର୍ଯ୍ୟଚଳାଇଥିଲେ ,ଦୀର୍ଘ ତିନିଦିନର ଉପରେସନପରେ ନିଖୋଜ ୮ଜଣଙ୍କ ଶବଉଦ୍ଧାର କରାଯାଇପାରିଛି । ପେଟପାଇଁ ତେଲାଙ୍ଗାନ ରାଜ୍ୟକୁ ିନୋଟି ପରିବାର ପିଲା୩ଛୁଆ ଧରି ଇଟାଭାଟି କାମକରିବାକୁ ଯାଇଥିଲେ , ମହାମାରି କରୋନା ପାଇଁ କାମବନ୍ଦ ହୋଇଗଲା, ଲକଡାଉନ ପାଇଁ ନିଜଘରକୁ ଜୀବନ୍ତ ଫେରି ବାଦଳରେ ମଶାଣିକୁ ସେମାନଙ୍କ ଶବଗଲା । ଆଜି ଗୁଠାଂଓ୍ୟାର୍ଡା ଓ କନ୍ଧଗୁଡା ଗ୍ରାମ ମଶାଣିରେ ଶୋକାକୁଳ ପରିବେଶ ମଧ୍ୟରେ ତିନୋଟି ପରିବାରର ମୃତକ ମାନଙ୍କ ଶବସଂସ୍କାର କରାଯାଇଛି ।