Odiapua.com

ଜଳ ନିଷ୍କାସିତ ପାଇଁ ଖୋଲିଲା ହୀରାକୁଦର ୧୬ଟି ଗେଟ

ସମ୍ବଲପୁର,୧୫/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ହୀରାକୁଦ ଜଳଭଣ୍ଡାରରୁ ୧୬ଟି ଗେଟ୍ ଦେଇ ବର୍ତ୍ତମାନ ଜଳ ନିଷ୍କାସନ ଜାରି ରହିଛି  । ପ୍ରଥମେ ଜଳଭଣ୍ଡାରର ୨ଟି ଗେଟ୍ ଖୋଲିଥିବା ବେଳେ ପର୍ଯ୍ୟାୟକ୍ରମେ ଆଉ ୧୪ଟି ଗେଟକୁ ଖୋଲାଯାଇଥିଲା  । ହୀରାକୁଦରୁ ୨ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବାର ସଚିବ କହିଛନ୍ତି  । ଏଠାରେ ସୂଚନା ଥାଉ କି ଗୁରୁବାର ପୂର୍ବାହ୍ନ ୧୧: ୩୦ ରୁ ୧୨: ୧୦ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ସମୁଦାୟ ୮ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଥିଲା  । ପରେ ପର୍ଯ୍ୟାୟକ୍ରମେ ଅନ୍ୟ ଗେଟ ସବୁ ଖୋଲାଯାଇଥିଲା ।