Odiapua.com

ଜଳସ୍ତର ବୃଦ୍ଧି ଯୋଗୁଁ ଖୋଲିଲା ୭ଟି ଗେଟ

ସମ୍ବଲପୁର,୩୦/୦୯,(ଓଡ଼ିଆ ପୁଅ ପି ନାଏକ): ବଢିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ପୁଣି ଖୋଲିଲା ଆଉ ୭ ଟି ଗେଟ୍ । ଜଳଭଲଣ୍ତ‍ାର ଉପର ମୁଣ୍ତରେ ଲଗାଣ ବର୍ଷା ଯୋଗୁ ଜଳ ସ୍ତର ବୃଦ୍ଧି ପାଉଛି । ତେବେ ଗତ କିଛି ଦିନ ହେବ ଜଳଭଣ୍ତାର ଜଳସ୍ତର ୬୩୦ କୁ ପହଞ୍ଚିଥିବା ବେଳେ ପର୍ଯ୍ୟାୟ କ୍ରମେ ଗେଟ୍ ଖୋଲା ଯାଉଛି ।

ତେବେ ପୁର୍ବରୁ ୧୩ ଟି ଗେଟ ଖୋଲିଥିବା ବେଳେ ଆଜି ପୁଣି ୭ ଟି ଗେଟ ଖୋଲାଯାଇଛି । ତେବେ ଜଳଭଣ୍ତାରର ଜଳସ୍ତର ୬୩୦ ରହିଥିବା ବେଳେ ସେକେଣ୍ତ ପ୍ରତି ୩ ଲକ୍ଷ ‍୧୨ ହଜାର ୬୨୮ କ୍ୟୁସେକ ଜଳ ପ୍ରବେଶ କରୁଛି । ମୋଟ ୨୦ ଟି ଗେଟ ଦେଇ ୩ ଲକ୍ଷରୁ ଉର୍ଦ୍ଧ୍ୱ ଜଳ ନିଷ୍କାସିତ ହେଉଛି ।