Odiapua.com

ଜଳସେଚନ ବିଭାଗ ଉଦାସିନତା ଗେଙ୍ଗୁଟି ନଦୀବନ୍ଧର ଦୋବଲ- କଣ୍ଟିଦୋଳ ରାସ୍ତା ବିପର୍ଯ୍ୟସ୍ତ

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସରକାର ନଦୀବନ୍ଧ ନିର୍ମାଣ ଓ ସୁଦୃଢିକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଥିବାବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ନିମ୍ନମାନ ଓ ଅଧପନ୍ତରିଆ କାର୍ଯ୍ୟକରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିବାବେଳେ ସାଧାରଣ ଲୋକମାନେ ଯାତାୟତରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସୂଚନା ଥାଉକି ୪ବର୍ଷ ତଳେ ନଦୀବନ୍ଧ ସୁଦୃଢିକରଣ ଯୋଜନାରେ ଗେଙ୍ଗୁଟି ନଦୀବନ୍ଧର ଦୋବଲ ଠାରୁ କରଦା ଭାୟା କଣ୍ଟିଦୋଳ ନଦୀବନ୍ଧରାସ୍ତା ନିର୍ମାଣ ପାଇଁ ପ୍ରାୟ ୭କୋଟି ଟଙ୍କା ବ୍ୟୟବରାଦ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପ୍ରୟ ୫ବର୍ଷ ବିତିବାକୁ ବସିଲାଣି ଏଯାଏ ରାସ୍ତାକାମ ସମ୍ପୁର୍ଣ୍ଣ ହୋଇପାରିଲା ନାହିଁ। ରାସ୍ତାର ବିଭିନ୍ନ ସ୍ଥାନରେ ଆଜିସୁଦ୍ଧା ନାଲିମାଟି କିମ୍ବା ମୋରମ ପଡ଼ିନଥିବାରୁ ସାମନ୍ୟ ବର୍ଷାରେ ବନ୍ଧର ଅନେକ ସ୍ଥାନରେ ଯାତାୟତପାଇଁ ଅନୁପଯୁକ୍ତ ହୋଇପଡ଼ିଛି। ଏହି ରାସ୍ତା ଉପରେ ଦୈନିକ ହଜାର ହଜାର ଲୋକ ଯାତାୟତ କରିବା ସହ ଯରୁରିକାଳୀନ ସେବା ଜିବାପାଇଁ ଅସୁବିଧା ହେଉଛି। ଏବେ ଦୀର୍ଘ ୧୫ଦିନ ହେବ ଅହରହ ବର୍ଷାଯୋଗୁ ରାସ୍ତାଟି ସମ୍ପୁର୍ଣ୍ଣ ଭାବରେ କାଦୁଅ ହୋଇଯାଇଛି। ତାହା ଭିତରେ ଟ୍ରାକ୍ଟର ଗୁଡ଼ିକ ଅହରହ ଜିବା ଆସିବା ଯୋଗୁ ରାସ୍ତାଟି ଅଧିକ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉକ୍ତ ନଦୀବନ୍ଧର ବିଭିନ୍ନ ସ୍ଥାନରେ ପଥର ପ୍ୟାକିଂ କରାଯାଇଥିଲେ ମ୍ମ ନିମ୍ନମାନର କାର୍ଯ୍ୟଯୋଗୁ ବର୍ଷାହେବା‘ଳରେ ଉକ୍ତ ‘ଥରଗୁଡ଼ିକ ଧସିବାରେ ଲାଗିଲାଣି। କେତେକ ସ୍ଥାନରେ ମ୍ମ ପୁରୁଣା ପଥର ଦିଆଯାଇ କାର୍ଯ୍ୟ କରାଯାଉଛି। ରାମେଶ୍ୱରପୁରର ମଳିକ ସାହି ଠାରେ ଗେଙ୍ଗୁଟି ନଦୀବନ୍ଧର ଗତବର୍ଷ ଧସିଥିବାବେଳେ ଆଜି ପର୍ଯ୍ୟନ୍ତ ସେଠାରେ ସମ୍ପୁର୍ଣ୍ଣ କାମ ହୋଇପାରିଲା ନାହିଁ। ଏବେ ବର୍ଷାଋତୁ ଆସିଥିବାବେଳେ କେତେବେଳେ କେଉଁ ମୁହୁର୍ତ୍ତରେ ବନ୍ୟା ଆସି ଲୋକଙ୍କର କ୍ଷତି କରିବା ତାହା କହିହେବ ନାହିଁ। ପ୍ରକାଶ ଯୋଗ୍ୟଯେ ଧାମନଗର ଜଳସେଚନ ବିଭାଗର ଅଦ୍ୟାବଧି ସ୍ଥାୟୀ ଏସ୍‌ଡ଼ିଓ ନଥିବାବେଳେ ଡ଼େପୁଟେସନରେ ଆଖୁଆପଦା ଏସ୍‌ଡ଼ିଓ କାର୍ଯ୍ୟ ଚଳାଉଛନ୍ତି। ଯାହା‘ଳରେ ଯନ୍ତ୍ରୀ ମାନେ ଅଧିକାଂଶ ସମୟରେ କାର୍ଯ୍ୟ ସ୍ଥଳିକୁ ଯାଉନଥିବାରୁ ନଦୀବନ୍ଧ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହେଉଛି। ୨ଦିନ ତଳେ ଦୋବଲ ଠାରୁ ନନ୍ଦିପୁର ଜଳସେଚନ ବିଭାଗ ରାସ୍ତାର ପ୍ରାୟ ୨ଲକ୍ଷ ଟଙ୍କା ବେୟରେ ଡ଼ଷ୍ଟ ପକାଇ ଟଙ୍କା ହଡ଼ପ କରିବା ପାଇଁ ଉଦ୍ୟମ ମ୍ମ ଚାଲିଛି। ଏ ଦୀଗରେ ଜିଲ୍ଳାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ବିପର୍ଯ୍ୟନ୍ତ ନଦୀବନ୍ଧ ମାନଙ୍କରେ ଜରୁରି କାଳୀନ ମରାମତି ପାଇଁ ନିର୍ଦ୍ଦେଶ ଦେବା ଓ ନିମ୍ନମାନର କାର୍ଯ୍ୟ କରୁୁଥିବା ଠିକାଦାରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।