Odiapua.com

ଜଳସେଚନ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀଙ୍କ ପଦୋନ୍ନତି

କେନ୍ଦ୍ରାପଡା, ୨୮ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜଳସେଚନ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରବୋଧ କୁମାର ରାଉତଙ୍କର ରେଙ୍ଗାଲି ଜଳ ସେଚନ ଡିଭିଜନର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପଦକୁ ପଦୋନ୍ନତି ହୋଇଛି। ତାଙ୍କ କାର୍ଯ୍ୟାଳୟର ସଦର ମହକୁମା ଚାରିବାଟିଆ, ଚୌଦ୍ୱାର ଠାରେ ରହିଛି। କେନ୍ଦ୍ରାପଡାରେ ତାଙ୍କ ସ୍ଥାନରେ ଇଂ ଉମେଶ ଚନ୍ଦ୍ର ସେଠୀ ଅଧିକ୍ଷଣ ଯନ୍ତ୍ରୀଭାବେ ଅବସ୍ଥାପିତ ହୋଇଛନ୍ତି।