Odiapua.com

ଜଳମଣ୍ଡୁଆ ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବ

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଜଳମଣ୍ଡୁଆ ପଞ୍ଚାୟତ ମଙ୍ଗୁଳିଆସାହିରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଦଳର ପଞ୍ଚାୟତ ନେତା ସୁଶାନ୍ତ ରାଉତ, ସମିତି ସଭ୍ୟ ଜଗତ ଜ୍ଜିବନ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଦଳୀୟ ଉତ୍ସବରେ ଦଳର ବ୍ଲକ ସଭାପତି ଲକ୍ଷ୍ମୀଧର ସାହୁ, ଜିଲ୍ଲା ଯୁବ ଉପସଭାପତି ପ୍ରଣିତକାନ୍ତି ସାମଲ, ହେମନ୍ତ ଜେନା ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ସୁନନ୍ଦ ଯେନା, ଗଙ୍ଗାଧର ଯେନା, ନିରଞ୍ଜନ ନାୟକ, ରତ୍ନାକର ସେଠୀ, କାଶୀନାଥ ରଣା, ପ୍ରଫୁଲ୍ଲ ମୁଦୁଲି, ଗଣେଷ ବେହେରା, ହରିହର ବେହେରା, ଦିପୁନୁ ବେହେରା, ବୈଷ୍ଣବ ବେହେରା, ଭାବଗ୍ରାହୀ ପେଡା, ପୁରୁଷୋତ୍ତମ ସେଠୀ, ପ୍ରଫୁଲ୍ଲ ପଣ୍ଡା, ଉତ୍ତମ ରଣା ପ୍ରମୁଖ ରାଜନୈତିକ କର୍ମୀମାନେ ଅନ୍ୟଦଳ ପରିତ୍ୟାଗ କରି ବିଜେଡିରେ ଯୋଗଦେଇଥିଲେ । ନବାଗତମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ଦଳକୁ ସ୍ୱାଗତ କରାଯାଇଥିଲା । ଦଳୀୟ ନେତା କୁଶଦେବ ପେଡା, ବାସୁଦେବ ବେହେରା, ରତ୍ନାକର ଭୂୟାଁ, ବାସୁଦେବ ବେହେରା, ରଶ୍ମିରଞ୍ଜନ ପେଡା, ଉଦ୍ଧବ ପ୍ରଧାନ, କିଶୋର ସାମଲ, ମୁକେଶ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।