ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ପକ୍ଷରୁ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ସଂପୋଇ, ନାରାୟଣପୁର, ରାମଚନ୍ଦ୍ରପୁର ଆଦି ଗ୍ରାମର ଚାଷଜମି ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇ ସାତ ଦିନ ମହଲତ ଦିଆଯାଇଛି। ଏବେ ଧାନତଳି ପଡୁଛି। ଆଉ ସପ୍ତାହକ ପରେ ଋଆପୋତା ହେବ। ମାତ୍ର ଚୀରାଚରିତ ଭାବେ ଏହି ସମସ୍ତ ଗ୍ରାମଗୁଡିକର ଚାଷଜମି ଜଳବନ୍ଦୀ ସମସ୍ୟା ଯୋଗୁଁ ପଡିଆ ପଡି ଲୋକଙ୍କ ଆର୍ଥୀକ ଦୁର୍ଗତୀର କାରଣ ପାଲଟିଛି। ଏହାସହ ନେରଡା, ଦକ୍ଷିଣବାଡ, ତେସିଙ୍ଗା ଆଦି ପଞ୍ଚାୟତର ଚାଷ ଜମି ମଧ୍ୟଏହି କାରଣରୁ ପ୍ରଭାବିତ ହୋଇଛି। ଭଣ୍ଡାରିପୋଖରୀ ବସଷ୍ଟାଣ୍ଡ ନିକଟରେ ମଧ୍ୟ ତୃଟିପୂର୍ଣ୍ଣ ନିର୍ମାଣ ପାଇଁ ଏକାଧିକ ଗ୍ରାମଜଳମଗ୍ନ ହେବା ଆଶଙ୍କା ରହିଛି। ରାଜପଥ କତ୍ତୃପକ୍ଷଙ୍କ ତୃଟିପୂର୍ଣର୍ ନିର୍ମାଣ କାର୍ଯ୍ୟ ସାଙ୍ଗକୁ ଅବରୋଧ ଯୋଗୁଁ ମନୁଷ୍ୟକୃତ ଭାବେ ଶହ ଶହ ଏକର ଜମି ଚାଷ ଅନୁପଯୋଗୀ ହୋଇପଡୁଛି। ଏହାର ନିରାକରଣ ପାଇଁ ପ୍ରଶାସନ ତତ୍ପରତା ଦେଖାଉ ନାହିଁ। ଏକ ଦାଇତ୍ୱ ସମ୍ପନ୍ନ ରାଜନୈତିକ ଦଳ ଭାବେ କଂଗ୍ରେସ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ସଦା ଚେଷ୍ଟିତ। ଆଗକୁ ଏହି ସମସ୍ୟା ଅଧିକ ଉତ୍କଟ ହେବା ଆଶଙ୍କା ରହିଛି। ଚାଷ ଓ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜଳନିଷ୍କାସନ ସମସ୍ୟାକୁ ସ୍ଥାୟୀ ଭାବେ ସମାଧାନ କରିବା ପାଇଁ ସାତଦିନ ମଧ୍ୟରେ ପଦକ୍ଷେପ ନେବାକୁ କଂଗ୍ରେସ ନେତୃମଣ୍ଡଳୀ ତହସିଲଦାରଙ୍କୁ ସୋମବାର ସ୍ମାରକପତ୍ର ପ୍ରଦାନ କରି ଦାବି ଜଣାଇଛନ୍ତି। କଂଗ୍ରେସ ନିର୍ବାଚନମଣ୍ଡଳୀ ନେତା ସୁବ୍ରତ ଦାସଙ୍କ ନେତୃତ୍ୱରେ ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, କଂଗ୍ରେସ ନେତା ଗୋଲକ ଚନ୍ଦ୍ର ବେହେରା, ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ମନୋଜ କୁମାର ନାୟକ, ପ୍ରଶାନ୍ତ କୁମାର ସାହୁ, ରମେଶ ଚନ୍ଦ୍ର ଭାରତୀ ପ୍ରମୁଖ ସ୍ମାରକପତ୍ର ପ୍ରଦାନ କରିଥିଲେ।