Odiapua.com

ଜଳବନ୍ଦୀ ଘେରରେ ପଟ୍ଟାମୁଣ୍ଡାଇ ବ୍ଲକ

ପଟ୍ଟାମୁଣ୍ଡାଇ,୧୧/୦୯,(ଓଡ଼ିଆ ପୁଅ ପି ନାଏକ): କେନ୍ଦ୍ରାପଡା ଜିଲ୍ଲା ବ୍ରାହ୍ମଣୀ ଖରସ୍ରୋତା ଓ କାଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ । ଧୋୟା ଅଞ୍ଚଳରେ ନଈ ବଢି ପାଣି ମାଡିଯାଇଛି । ସିହଂ ଗାଁରେ ପାଣି ପଶିଯାଇଥିବା ଥିବା ବେଳେ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି ।
ବନ୍ୟା ପାଣି ମାଡି ଆସିବା ଯୋଗୁଁ ଏକର ଏକର ଚାଷ ଜମି ଜଳମଗ୍ନ ହୋଇଯାଇଛି । ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ବୋଟ୍ ଯୋଗାଇ ଦେବାକୁ ଦାବି ହୋଇଛି ।