Odiapua.com

ଜଳଖିଆ ଦୋକାନ ପୋଡ଼ିବା ଅଭିଯୋଗରେ ଯୁବକ ଗିରଫ

ନୟାଗଡ ୧୪/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଶୃଙ୍ଖଳିତ କରିବା ପାଇଁ ଚାନ୍ଦପୁର ଥାନା ପୋଲିସ ତରଫରୁ କଡା ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ଜଣେ ବ୍ୟକ୍ତି ନିର୍ବାଚନର ପ୍ରତିଶୋଧ ନେବା ପାଇଁ ଜଣେ ଗରିବ ନିରୀହ ଜଳଖିଆ ଦୋକାନ ପୋଡିଦେଇଥିବା ଅଭିଯୋଗରେ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ଅଭିଯୁକ୍ତ ଯୁବକ କୁ ଗିରଫ କରିଥିବା ଜଣାପଡିଛି।

ଗିରଫ ଅଭିଯୁକ୍ତ ହେଲେ ଚାନ୍ଦପୁର ହରଚଣ୍ଡି ସାହିର ବଳରାମ ମଲ୍ଲିକ ଓରଫ୍ ବଳିଆ। ଅଭିଯୁକ୍ତ ଫେବୃୟାରୀ ୧୨ ତାରିଖ ରାତ୍ରିରେ ଚାନ୍ଦପୁର ଗାନ୍ଧୀଛକରେ ଥିବା ନିରୀହ ଗରିବ କିଶୋର ସାହୁଙ୍କ ଜଳଖିଆ ଦୋକାନ ବିଳମ୍ବିତ ରାତ୍ରିରେ ପୋଡି ଦେଇଥିଲେ। ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରି ଅଦାଲତ ଚାଲାଣ କରିଥିବା ଜଣାପଡିଛି।