Odiapua.com

ଜଳକୃଷିରେ ଆଂଟିବାୟୋଟିକ ବ୍ୟବହାର ଉପରେ ଆଲୋଚନା ଚକ୍ର

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧିନ ଏମପିଇଡିଏ ଓ ଏନସିଏମଏ ବିଭାଗ ଆନୁକୂଲ୍ୟରେ କରଣପଲ୍ଲୀ ଠାରେ ଥିବା ମା ନାଚିନ୍ଦା ସି ଫୁଡସ ଅଫିସ ନିକଟସ୍ଥ ମା ଶୀତଳା କଲ୍ୟାଣ ମଣ୍ଡପ ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ନଭେମ୍ବର ୧୮-୨୪ମଧ୍ୟରେ ଜଳକୃଷିରେ ଆଂଟିବାୟୋଟିକ ର ବ୍ୟବହାର ଉପରେ ଜନସାଧାରଣଙ୍କ ସମେତ ଜଳକୃଷି ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜିବୀ ମାନଙ୍କ ମଧ୍ୟରେ ସଚେତତନା ସୃଷ୍ଟି କରିବା ଜୈବ ସୁରକ୍ଷା ବ୍ୟବସ୍ଥା,ଉନ୍ନତ ଜଳ ଗୁଣବତ୍ତା ଭଳି ଉତ୍ତମ ଜଳ କୃଷି ପରିଚାଳନା ଅଭ୍ୟାସକୁ କାର୍ଯ୍ୟକାରୀ କରିବା ଏବଂ ଜଳ କୃଷି କ୍ଷେତ୍ରରେ ସଂକ୍ରମଣ ନିରାକରଣ ଏବଂ ନିୟନ୍ତ୍ରଣ ପଦକ୍ଷେପକୁ ଉତ୍ସାହିତ କରିବା ଏହି ଆଲୋଚନାର ବିଷୟବସ୍ତୁ । ରୋଗ ପ୍ରତିରୋଧକ ପଦକ୍ଷେପ ଭାବେ ପ୍ରୋବାୟୋଟିକ ଆଦି ରୋଗକୁ ନିୟନ୍ତ୍ରଣ କରିବା ସହ ସଚେତନତା ପାଇଁ ବିଶ୍ୱ ସମାଜ ଆଗେଇ ଆସିବା ପାଇଁ ଆଜିର ଏହି କର୍ମଶାଳାରେ ଆଲୋଚନା ହୋଇଥିଲା । ପ୍ରାରମ୍ଭରେ ଏମପିଇଡିଏର ଲଷ୍ମୀକାନ୍ତ ପଟନାୟକ ସଭାପରିଚାଳନା କରିଥିବା ବେଳେ, ଏନସିଏମଏର ଆଂଚଳିକ ନିର୍ଦେଶକ ରବି ଗୈାଡ,ଏମପିଇଡିଏର ସହକାରୀ ନିର୍ଦେଶକ କେ ଗୋପାଲ ଆନନ୍ଦ ମା ନାଚିନ୍ଦା ସିଫୁଡସ ର ନିର୍ଦେଶକ ପ୍ରଫୁଲ କୁମାର ମଣ୍ଡଳ,ସହକାରୀ ନିର୍ଦେଶକ ଅମୁଲ୍ୟ କୁମାର ମଣ୍ଡଳ,କରଣପଲ୍ଲୀ ପଂଚାୟତର ସମିତି ସଭ୍ୟ ଉପେନ୍ଦ୍ର ଦାସ ପ୍ରମୁଖ ଉପସ୍ତିତ ରହି ପ୍ରଦ୍ୱୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଉପସ୍ଥିତ ମଂଚାସୀନ ବ୍ୟକ୍ତି ମାନେ ଚିଙ୍କୁଡି ଚାଷ ଏବଂ ଗଭୀର ସମୁଦ୍ରରେ ଉତ୍ପାଦନ କରାଯାଉଥିବା ମାଛ ଉପରେ ଆଂଟିବାୟୋଟିକ ର ପ୍ରଭାବ କିପରି ମାନବ ସମାଜ କୁ ଧ୍ୱଂସାଭିମୁଖୀ କରାଉଛି ତାହା ଉପରେ ନିଜ ନିଜର ସାରଗର୍ଭକ ଭାଷଣ ରଖିଥିଲେ । ଏହି ଆଂଟିବାୟୋଟିକ ବ୍ୟବହାର କରାଯାଉଥିବା ଉତ୍ପାଦନ କରାଯାଉଥିବା ମାଛ କୁ କିପରି ବିଦେଶୀ ରାଷ୍ଟ୍ର ମାନେ ବ୍ୟବହାର ନ କରି ଭାରତରୁ ରପ୍ତାନୀ ହେଉଥିବା ମାଛକୁ ଫେରାଇବା ଫଳରେ ଭାରତର ଅର୍ଥନୀତି କିପରି ପ୍ରଭାବିତ ହେଉଛି ଏବଂ ଏହାର ନିରାକରଣ ଉପରେ ଏହାର ପ୍ରଭାବ ଉପର ମଧ୍ୟ ଆଲୋଚନା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଶକ୍ରାଜିତ ପଟନାୟକ, ବିକ୍ରମ ଜେନା, ବିଶ୍ୱଜିତ ନାଥଙ୍କ ସମେତ ଶତାଧିକ ମତ୍ସ୍ୟଜିବୀ ଏବଂ ସାଧାରଣ ଜନତା ଉପସ୍ଥିତ ରହି ଏହି ଆଲୋଚନାଚକ୍ରରେ ଭାଗ ନେଇଥିଲେ ।