Odiapua.com

ଜଲଦି ସାରିଦିଅନ୍ତୁ ବ୍ୟାଙ୍କ କାମ, ନହେଲେ ଅସୁବିଧାର ହୋଇପାରନ୍ତି ସମ୍ମୁଖୀନ

ନୂଆଦିଲ୍ଲୀ,୦୨/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଗକୁ ରାଖି ପୂର୍ଣ୍ଣିମା ଓ ଜନ୍ମାଷ୍ଟମୀ ସମେତ କେତେକ ପର୍ବ ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ତେଣୁ ଆପଣ ଯଥା ସମ୍ଭବ କାମ ସାରି ଦିଅନ୍ତୁ ।

ତେଣୁ ଆସନ୍ତୁ ଜାଣିବା ଅଗଷ୍ଟ ମାସରେ କେତେ ଦିନ ଏବଂ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ

ଏହି ମାସରେ ପାଖାପାଖି ୮ ଦିନ ଏପରି ଅଛି, ଯେଉଁଦିନ ଦେଶର ସର୍ବାଧିକ ବ୍ୟାଙ୍କ ଏକ ସଙ୍ଗେ ବନ୍ଦ ରହିବ। ଯେମିତି କି, ଅଗଷ୍ଟ ୧୫ ଗୁରୁବାର ପଡ଼ୁଛି ସ୍ୱାଧୀନତା ଦିବସ, ତେଣୁ ଏହିଦିନ ଦେଶର ଅଧିକରୁ ଅଧିକ ବ୍ୟାଙ୍କ ବନ୍ଦ ରହିବ। ସେହିପରି ୧୨ ତାରିଖ ସୋମବାର ପଡ଼ୁଛି ଇଦ୍‌-ଉଲ୍‌-ଜୁହା। ଏହି ଦିନ ବି ବ୍ୟାଙ୍କ ବନ୍ଦ ରହିବ। ସେହିପରି ଅଗଷ୍ଟ ୪, ୧୧, ୧୮ ଏବଂ ୨୫ ତାରିଖ ରବିବାର ପଡ଼ୁଛି। ଏମିତିରେ ୪ ରବିବାର ବ୍ୟାଙ୍କ ବନ୍ଦ। ଏହାଛଡ଼ା ୧୦ ଏବଂ ୨୪ ଅଗଷ୍ଟ ହେଉଛି ମାସର ଯଥାକ୍ରମେ ଦ୍ୱିତୀୟ ଓ ଚତୁର୍ଥ ଶନିବାର। ଏହି ଦୁଇଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିଥାଏ।

ଏତଦ୍‌ ବ୍ୟତୀତ ଅଗଷ୍ଟ ୨୩ରେ ଜନ୍ମାଷ୍ଟମୀ ପଡ଼ୁଥିବାରୁ ଅନେକ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ। ଅଗଷ୍ଟ ୩୧ ଶନିବାର ଗୁରୁ ଗ୍ରନ୍ଥ ସାହେବ ଜୀଙ୍କ ପ୍ରକାଶ ଉତ୍ସବ। ଏହାକୁ ପଞ୍ଜାବ ଏବଂ ହରିୟାଣାରେ ଧୁମଧାମରେ ପାଳନ କରାଯାଉଥିବାରୁ ବ୍ୟାଙ୍କିଙ୍ଗ ସହ ଜଡ଼ିତ କାମ ହୋଇପାରିବ ନାହିଁ।