Odiapua.com

ଜରୁରୀକାଳୀନ ପରିସ୍ଥିତି ଭାରତୀୟ ଗଣତନ୍ତ୍ର ଇତିହାସର ଏକ କଳଙ୍କିତ ଅଧ୍ୟାୟ

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -୧୯୭୫ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧି ଦେଶରେ ଜାରି କରିଥିବା ଜରୁରୀକାଳୀନ ପରିସ୍ଥିତି ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ଏକ କଳଙ୍କିତ ଅଧ୍ୟାୟ । ଦେଶର ପ୍ରଗତି ପାଇଁ ସର୍ବଦା ସଂଘର୍ଷର ଆବଶ୍ୟକତା ରହିଛି । ସମ୍ବିଧାନର ମର୍ଯ୍ୟାଦା ସୁରକ୍ଷିତ ରଖିବା ପାଇଁ ଓ ରାଷ୍ଟ୍ରର କଲ୍ୟାଣ ନିମନ୍ତେ ଦୁର୍ନୀତିର ଲୋକ ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ଆବଶ୍ୟକ ବୋଲି ବିଜେପିର ବୁଦ୍ଦିଜୀବୀ ପ୍ରକୋଷ୍ଠ ପକ୍ଷରୁ କଳା ଦିବସ ପାଳନ ଅବସରରେ ଆୟୋଜିତ ଆଲୋଚନା ଚକ୍ରରେ ମତପ୍ରକାଶ ପାଇଛି । ସ୍ଥାନୀୟ ସଂସ୍କୃତି ଭବନରେ ଆଜି ସନ୍ଧ୍ୟାରେ ବୁଦ୍ଧିଜୀବୀ ପ୍ରକୋଷ୍ଠର ଆବାହକ ଅମୂଲ୍ୟ କୁମାର ନାୟକଙ୍କ ସଂଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପିର ଓଡ଼ିଶା ରାଜ୍ୟ ସହ ପ୍ରଭାରୀ ସାଂସଦ ବିଜୟ ପାଲ ସିଂ ତୋମାର, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, ଜରୁରୀ କାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ଭଦ୍ରକ ବାର ଆସୋସିଏସନ୍‌ର ସଭାପତି ଅଧିବକ୍ତା ନିରାକାର ଜେନା, ବରିଷ୍ଠ ନେତା ଲକ୍ଷ୍ମୀନାରାୟଣ ମହାପାତ୍ର ଯୋଗଦେଇ ଜରୁରୀକାଳୀନ ଅବସ୍ଥାରେ ଦେଶର ଆଭ୍ୟନ୍ତରୀଣ ରାଜନୈତିକ ପରିସ୍ଥିତି ଓ ନିଜର ଅଭିଜ୍ଞତା ସଂପର୍କରେ ଆଲୋଚନା କରିଥିଲେ ।

ଏହି ଅବସରରେ ଉଭୟ ଶ୍ରୀ ଜେନା ଓ ମହାପାତ୍ରଙ୍କୁ ସାଂସଦ ଶ୍ରୀ ତୋମାର ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲଲାଟେନ୍ଦୁ ମହାନ୍ତି, ଦୁର୍ଗାଶଙ୍କର ବିଶ୍ୱାଳ ଉଦ୍‌ବୋଧନ ଦେଇଥିଲେ । ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ରକ୍ରମରେ ବିଜେପି ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ ସଂପାଦିକା ସିପ୍ରା ବାଜପେୟୀ, ଦଳର ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବଦ୍ରୀନାରାୟଣ ଧଳ, ଭଦ୍ରକ ସଂସଦୀୟ କ୍ଷେତ୍ରର ଦଳୀୟ ପ୍ରଭାରୀ ଚନ୍ଦ୍ରଶେଖର ନନ୍ଦ, ସଂଯୋଜକ ଈଶ୍ୱର ଚନ୍ଦ୍ର ବେହେରାଙ୍କ ସମେତ ଦଳର ଜିଲାସ୍ତରୀୟ ପଦାଧିକାରୀ ଓ ବହୁ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ । ଶେଷରେ ଜିଲା ସଭାପତି ହେମନ୍ତ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।