Odiapua.com

ଜରୁରୀକାଳୀନ ଚିକିତ୍ସା ପାଇଁ ଚାରିଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସ ପହଁଚିବା ଯୋଗୁଁ ଦଶମ ଶ୍ରେଣୀର ଛାତ୍ରୀର ମୃତ୍ୟୁ

ବଲାଙ୍ଗୀର/ସିନ୍ଧେକେଲା ୨୧-୦୩ : (ଓଡ଼ିଆ ପୁଅ/ସନ୍ତୋଷ କୁମାର ନାୟକ) ସରକାର ଜନସାଧାରଣଙ୍କୁ ଜରୁରୀକାଳୀନ ସମୟରେ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ କେତେ ଯୋଜନା ପ୍ରଣୟନ କରିଛନ୍ତି। ଏହାର ସୁଫଳ ବି ଲୋକଙ୍କୁ ମିଳୁଥିବା ଦେଖାଯାଉଛି। ହେଲେ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ଏକ ରୋଗୀକୁ ଠିକ ସମୟରେ ଆମ୍ବୁଲାନ୍ସ ସୁବିଧାନ ମିଳିବାରୁ ତାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସକାଳୁ ସ୍କୁଲ ଯାଇ ବେଶ ଆରାମରେ ଘରକୁ ଫେରିଥିବା ଝିଅ ସଂନ୍ଧ୍ୟା ସମୟରେ ଅସୁସ୍ଥତା ଅନୁଭବ କରିଥିଲା। ଘଟଣାନୁଯାଇ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୁସଲାଡ ଗ୍ରାମର ସୁଖା ସାହୁଙ୍କ ଝିଅ ଝରଣା ସାହୁ ୧୭ ତାରିଖ ଗୁରୁବାର ଅସୁସ୍ଥ ଅନୁଭବ କରିବାରୁ ଚିକିତ୍ସା ପାଇଁ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ ହସ୍ପିଟାଲ ଡ୍ୟୁଟିରେ ଥିବା ଡକ୍ଟର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଟିଟିଲାଗଡ ସବଡିଭିଜନାଲ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ। ସ୍ଥାନାନ୍ତର ପାଇଁ ଅକ୍ସିଜେନ ଦରକାର ଏବଂ ଜଣେ ଏ ବିଷୟରେ ଜାଣିଥିବା ଥିବା ଲୋକ ଦରକାର ଥିଲା ଯିଏକି ଜରୁରୀ କାଳୀନ ମେଡିକାଲ ସୁବିଧା ଗାଡି ଉପରେ କରିପାରିବେ। ତେବେ ଏହି ସମସ୍ତ ସୁବିଧା ସୁଯୋଗ ଆମ୍ବୁଲାନ୍ସ ରେ ଥିବାରୁ ୧୦୮ କୁ ଫୋନ କରି ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ କାକୁତି ମିନତୀ କରିଥିଲେ ତାଙ୍କୁ ସାଙ୍ଗରେ ଧରି ଆସିଥିବା ଲୋକେ। ପରିତାପର ବିଷୟ ଆଖପାଖ ହସ୍ପିଟାଲ ମାନଙ୍କରେ ଥିବା ସବୁ ଆମ୍ବୁଲାନ୍ସ ବ୍ୟସ୍ତ ରହିଥିବା ବିଭାଗ ତରଫରୁ କୁହାଯାଉ ଥିବା ବେଳେ ସେବା ତାଙ୍କୁ ଠିକ ସମୟରେ ମିଳି ନ ପାରିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଗୁରୁତର ଅଭିଯୋଗ ହୋଇଛି। ଏହାକୁନେଇ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏମଓଆଇସି ଡକ୍ଟର ବିଶ୍ବରଞ୍ଜନ ଖୁଣ୍ଟିଆ ଙ୍କୁ ପଚାରିବାରୁ ଗୁରୁବାର ସମସ୍ତ ଆମ୍ବୁଲାନ୍ସ ବ୍ୟସ୍ତଥିବା ଯୋଗୁଁ ୩ ରୁ ୪ ଘଣ୍ଟା ବିଳମ୍ବ ହୋଇଥିଲା ଆମ୍ବୁଲାନ୍ସ ଆସିବାରେ। କିନ୍ତୁ ଆମେ ଆମ ହସ୍ପିଟାଲ ରେ ଯେତିକି ସେବା ଯୋଗାଇ ଦେବା କଥା ଯୋଗାଇ ଦେଇଥିଲୁ। ଠିକ ସମୟରେ ଆମ୍ବୁଲାନ୍ସ ସେବା ମିଳି ପାରିଥିଲେ ଝିଅ ହୁଏତ ବଞ୍ଚି ପାରିଥାନ୍ତା ବୋଲି ଡକ୍ଟର ଖୁଣ୍ଟିଆ କହିଛନ୍ତି। ପ୍ରକାଶ ଥାଉକି ଝରଣାର ବାପା ଶୁଖା ସାହୁଙ୍କ ଏହି ସିନ୍ଧେକେଲା ହସ୍ପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ୫ ଦିନ ତଳେ ୧୨ ତାରିଖ ଶନିବାର ଦିନ ମୃତ୍ଯୁ ହୋଇଥିଲା। ଗୋଟିଏ ସପ୍ତାହ ମଧ୍ଯରେ ବାପ ଝିଅଙ୍କ ମୃତ୍ୟୁ ରେ ସୁଖାଙ୍କ ସ୍ତ୍ରୀ କମଲା ଏବେ ସେ ଓ ତାଙ୍କ ୭ ବର୍ଷର ଝିଅ ସପନା କେମିତି ଚଳିବେ ତାହାକୁ ନେଇ ଚିନ୍ତାରେ।