Odiapua.com

ଜରି ପାଲ ପାଇଁ ରାଜସ୍ୱ ନିରୀକ୍ଷକଙ୍କୁ ଗାଳି, ଥାନାରେ ମାମଲା

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାଂଶଡା ଥାନା ଅଧିନ ଘଂଟେଶ୍ୱର ରାଜସ୍ୱ ନିରୀକ୍ଷକ ସେହି ଅଂଚଳର ୨ ଜଣଙ୍କ ନାମରେ ବାଂଶଡା ଥାନାରେ ଏତଲା ଦେଇଛନ୍ତି। ପ୍ରାପ୍ତ ଖବର ଅନୁଯାଇ ଘଂଟେଶ୍ୱର ଅଂଚଳକୁ ଦାନା ବାତ୍ୟା ପରେ ଚାନ୍ଦବାଲି ତହସିଲରୁ ଆସିଥିବା ଜରି ପାଲ ସଠିକ ଭାବରେ ଘର ଭାଙ୍ଗି ଯାଇଥିବା ଲୋକଙ୍କୁ ବଂଟନ କରାଯାଇ ନଥିଲା। ଏହି ଘଟଣାକୁ ନେଇ ସେହି ଅଂଚଳରେ ପ୍ରଦ୍ୱୀପ କର ଏବଂ ଦୈତାରୀ ନାୟକ ଘଂଟେଶ୍ୱର ରାଜସ୍ୱ ନିରୀକ୍ଷକଙ୍କ ଅ‘ିସର ପହଂଚି କାହିଁକି ସେମାନଙ୍କୁ ଜରି ପାଲ ଦିଆଗଲା ନାହିଁ ବୋଲି ପଚାରିବା ସହ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥଲେ। ଏହି ଘଟଣାକୁ ନେଇ ସଂପୃକ୍ତ ୨ବ୍ୟକ୍ତି ରାଜସ୍ୱ ନିରୀକ୍ଷକଙ୍କ ଅଫିସରେ ଚାବି ପକାଇ ଦେବେ ବୋଲି ମଧ୍ୟ ଧମକ ଦେବାକୁ ପଛାଇ ନଥିଲେ। ଏହି ଘଟଣାକୁ ଆଧାର କରି ସଂପୃକ୍ତ ରାଜସ୍ୱ ନିରୀକ୍ଷକ ଶୁଭଶ୍ରୀ ନାୟକ ଚାନ୍ଦବାଲି ତହସିଲଦାର ଙ୍କ ସହ ଯୋଗାଯୋଗ କରିବା ସହ ବାଂଶଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଲିଖିତ ଅଭିଯୋଗ ଆଧାରରେ ବାଂଶଡା ଥାନା ପୁଲିସ ଏକ କେସ ରୁଜୁ କରିଛନ୍ତି।