Odiapua.com

ଜମ୍ମୁରେ ସୁଧୁରୁଛି ସ୍ଥିତି

ଜମ୍ମୁ କାଶ୍ମୀର,୧୦/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଜମ୍ମୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ସମୀକ୍ଷା କରିବା ପରେ ଶୁକ୍ରବାରଠାରୁ ଧାରା ୧୪୪ ହଟାଇବାର ନିଷ୍ପତ୍ତି କରାଯାଇଛି । ଏହାସହ ଶନିବାରଠାରୁ ସ୍କୁଲ ଏବଂ କଲେଜ ଖୋଲି ଯିବ । ସବୁପ୍ରକାର ସ୍ଥିତି ସୁଧିରିବା ସହ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯିବ । ସୂଚନାନୁସାରେ, ଧାରା ୧୪୪କୁ ଅଗଷ୍ଟ ୫ ଠାରୁ ଲାଗୁ କରାଯାଇଥିଲା ।

ଏହାସହ ପରିସ୍ଥିତିର ସମୀକ୍ଷା କରି ରାଜ୍ୟପାଳ ସତ୍ୟ ପାଲ୍‌ ମଲିକ ସୂଚନା ଦେଇଛନ୍ତି ଯେ,  ଜମ୍ମୁ ଓ କଶ୍ମୀରର ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ଏବଂ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ କ୍ରମଶଃ ସ୍ୱାଭାବିକ ହେଉଛି। ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଭାଷଣକୁ ପ୍ରଶଂସା କରି ରାଜ୍ୟପାଳ ମଲିକ ଶୁକ୍ରବାର ଦିନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣରେ ଶାନ୍ତ କରାଇବା ଭଳି ପ୍ରଭାବ ଥିଲା। ପରିସ୍ଥିତି ଏବେ ଶାନ୍ତିପୂର୍ଣ୍ଣ ରହିଛି।