Odiapua.com

ଜମ୍ମୁକାଶ୍ମୀର: ଆତଙ୍କି ଆକ୍ରମଣ: ୫ ଶ୍ରମିକ ମୃତ

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର କୁଲଗାଓଁରେ ଆତଙ୍କବାଦୀ ମାନେ ଆକ୍ରମଣ କରି ୫ ଜଣ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି।ଅନ୍ୟ ଜଣେ ଶ୍ରମିକ ଗୁରୁତ୍ୱର ଆହତ ହୋଇଛନ୍ତି।ମୃତ ସମସ୍ତ ଶ୍ରମିକ ପଶ୍ଚିମବଙ୍ଗ, ମୁର୍ଶୀଦାବାଦ ଅଞ୍ଚଳର ବୋଲି ଜଣାପଡ଼ିଛି।୨୭ ଜଣିଆ ୟୁରୋପୀୟ ସାଂସଦଙ୍କ ପ୍ରତିନିଧି ମଣ୍ଡଳ କାଶ୍ମୀର ଯାଇଥିବା ବେଳେ ଆତଙ୍କବାଦୀ ମାନେ ଏପରି ଘଟଣା ଘଟାଇଛନ୍ତି।କାଶ୍ମୀରରେ ୧୫ ଦିନ ଭିତରେ ଆତଙ୍କବାଦୀ ମାନେ ୬ ଜଣ ଶ୍ରମିକ ଏବଂ ୪ ଜଣ ଡ୍ରାଇଭରଙ୍କୁ ହତ୍ୟା କରି ସାରିଲେଣି।//ଦେବଦତ୍ତ ରଥ