Odiapua.com

ଜମ୍ଭରା ଗ୍ରାମ ଯୁବକଙ୍କ ଦ୍ୱାରା ବୃକ୍ଷ ରୋପଣ

ହାଟଡ଼ିହି, ୨୦ / ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତର ଜମ୍ଭରା ଗ୍ରାମର ଯୁବଗୋଷ୍ଠୀ ମାନଙ୍କ ଦ୍ୱାରା ବୈତରଣୀ ନଦୀ କୁଳେ କୁଳେ ବୃକ୍ଷ ରୋପଣ କରାଯାଇଛି । ବନ୍ୟା ଯୋଗୁଁ ନଦୀକୁଳ ଖାଇ ଖାଇ ଯାଉଥିବାରୁ ଏହାକୁ ରୋକିବାପାଇଁ ବୃକ୍ଷ ରୋପଣ ଜରୁରୀ ବୋଲି ବିଚାରକରି ଗ୍ରାମର ସୁରେନ୍ଦ୍ର ମୁଦୁଲି, ବିଚିତ୍ର ମଲ୍ଲିକ, ଓମ୍ ପ୍ରକାଶ ମଲ୍ଲିକ, ଓମପ୍ରକାଶ ମିଶ୍ର, ସରୋଜ ମଲ୍ଲିକ, ମାନ ଗୋବିନ୍ଦ ମୁଦୁଲି, ଧର୍ମେନ୍ଦ୍ର ମଲ୍ଲିକ, ଦୁର୍ଯ୍ୟୋଧନ ଜେନା, ବିଶ୍ୱନାଥ ସେନାପତି, ଲକ୍ଷ୍ମୀଧର ଜେନା, ଅଶୋକ ବାରିକ, ଅଙ୍କୁର ମୁଦୁଲି, ଅଶୋକ ମହାନ୍ତି ପ୍ରମୁଖ ଯୋଗଦେଇ ନଦୀକଡେ କଡେ ଶତାଧିକ ଚାରା ରୋପଣ କରିବାସହ ଚାରା ଗୁଡିକ କିପରି ବଡ ବଡ ଦ୍ରୁମରେ ପରିଣତ ହୋଇପାରିବ ସେନେଇ ଯୁବକମାନେ ନିଜ ନିଜ ଭିତରେ ଦାୟିତ୍ୱ ନେଇଥିଲେ ।