Odiapua.com

ଜମି ବାଡିକୁ କେନ୍ଦ୍ରକରି ସାବତ ମା’କୁ ହତ୍ୟା, ସାବତ ପୁଅ ଗିରଫ

ମାଲକାନଗିରି, ୪ା୧୦(ଓଡିଆ ପୁଅ) ଜମିବାଡିକୁ କେନ୍ଦ୍ରକରି ସାବତ ମା କୁ ନିର୍ମମ ଭାବେ ହତ୍ୟା କରିଛି ସାବତପୁଅ, ଏଭଳି ଅମାନବୀୟ ଘଟଣା ଘଟିଛି ମାଲକାନଗିରି ଥାନାସ୍ଥ ପାଣ୍ଡ୍ରୀପାଣି ପଚାଂୟତ ଗୁଦୁନାଡ ଗ୍ରାମରେ, ମୃତ ମହିଳାଙ୍କ ନା ସନାଦେଇ ମଙ୍ଗନ(୫୫), ହତ୍ୟାଅଭି ଯୋଗରେ ପୁଲିସ ସ୍ୱର୍ଗତ ଘଷିରାମ ମଙ୍ଗନ ଙ୍କ ବଡ ପୁଅ ଲକ୍ଷ୍ମଣ ମଙ୍ଗନ(୩୭) ଙ୍କୁ ଗିରଫ କରି କୋର୍ଟ ଚାଲାଣକରିଛନ୍ତି। ଅତ୍ୟଧିକ ମଦ୍ୟପାନକରି ଜମି ବାଡି ଭାଗକୁ କେନ୍ଦ୍ରକରି ନିଜର ସାବତ ମା ସନାଦେଇ ମଙ୍ଗନ(୫୫)ଙ୍କ ସହିତ ସାବତପୁଅ ଲକ୍ଷ୍ମଣ ମଙ୍ଗନ ଝଗଡା ଲଗାଇ ମଦନିଶାରେ ପାଖରେ ଥିବା ଏକ କୋଦାଳରେ ନିର୍ମମଭାବେ ମୁଣ୍ଡକୁ ହାଣିଦେବାରୁ ଅତ୍ୟଧିକ ରକ୍ତସ୍ରାବ ଘଟି ଘଟଣାସ୍ଥଳରେ ସନାଦେଇ ଙ୍କର ମୃତ୍ୟୁ ଘଟିଥିଲା। ସାବତା ମାର ମୃତ୍ୟୁ ହେବାପରେ ହତ୍ୟାକାରି ଲକ୍ଷଣ ଗାଁରୁ ଲୁଚିପଳାଇଥିଲା। ଏହା ଦେଖି ସନାଦେଇଙ୍କ ପୁତ୍ର ଶଙ୍କର ମଙ୍ଗନ ମାଲକାନଗିରି ଥାନାରେ ଜଣାଇବା ପରେ ସଙ୍ଗେ ସଙ୍ଗେ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ମୃତଶରୀର ଜବତ କରି ଶବ ବ୍ୟବଛେଦ ନିମନ୍ତେ ମାଲକାନଗିରି ହସପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।