Odiapua.com

ଜମିଲାଡିରେ ଶୋଇଥିବା ବେଳେ ବିଷଧର ସାପ କୁମୁଡାରେ ୨ ମୃତ

ମାଲକାନଗିରି,୨ା୯(ଓଡିଆ ପୁଅ ) ଧାନ ବିଲରେ ଥିବା ଲାଡିରେ ଶୋଇଥିବା ପୁୟୁସି ଓ ପୁତୁରା ଙ୍କର ବିଷଧର ସାପ କାମୁଡାରେ ମୃତ୍ୟୁଘଟିଛି । ଏପରି ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା ପଡିଆ ଥାନାସ୍ଥ ମାଟେରୁ ଗ୍ରାମରେ ଦେଖିବାକୁ ମିଳିଛି । ମାଟେରୁ ଗ୍ରାମର ଇର୍ମା ମାଡକାମି ଙ୍କ ପତ୍ନୀ ଭୀମେ ମାଡକାମି (୨୬)ଓ ତାଙ୍କ ପୁତୁରା ଆକାଶ କୁରାମୀ(୧୨) ଘର ନିକଟ ଜମିରେ ଧାନ କ୍ଷତ ଜଗି ଲାଡିରେ ବୁଧବାର ରାତ୍ରରେ ଶୋଇଥିବା ସମୟରେ ମଧ୍ୟରାତ୍ରରେ ଏକ ବିଷଧର ସାପ ସେ ଦୁହେଁଙ୍କୁ କାମୁଡି ଦେଇଥିଲା । ସାପ କୁମୁଡଦେଲା ବୋଲି ଚିତ୍କାର କରିବାରୁ ଭୀମେ ଙ୍କ ସ୍ୱାମୀ ଓ ଗ୍ରାମବାସୀ ମାନେ ଲାଡିନିକଟରେ ପହଁଚି ସେ ଦୁହିଁଙ୍କୁ ସଙ୍ଗେ ସଙ୍ଗେ ପଡିଆ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ଦେଖି ମୃତ ଘୋଷଣା କରିଥିଲେ । ଆଜି ସକାଳେ ଘଟଣାସ୍ଥଳରେ ପଡିଆ ଥାନା ପୁଲିସ ପହଁଚି ଦୁଇଜଣଙ୍କ ମୃତ ଶରୀର ଜବତ କରିଛନ୍ତି । ଶବ ବ୍ୟବଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛନ୍ତି । ସାପ କାମୁଡାରେ ମୃତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ଗ୍ରାମବାସୀ ମାନେ ଦାବିକରିଛନ୍ତି ।