Odiapua.com

ଜମିରେ ମାଟି ମାଡ଼ି ଆସି ଚାଷୀଙ୍କ କ୍ଷେତ ନଷ୍ଟ : ସାହାଯ୍ୟ ଯୋଗାଇ ଦେବାକୁ ନିବେଦନ

ନବରଙ୍ଗପୁର ୨୭/୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ମଞ୍ଚାଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମର ମଦନ ହରିଜନଙ୍କ ୨ ଏକର ଜମିରେ ଲଗାଣ ବର୍ଷାରେ ଉପରୁ ମାଟି ନିମ୍ନ ଗାମୀ ହୋଇ ସବୁ ବାଲି ମାଟି ମଦନଙ୍କ ଜମିରେ ମାଡ଼ି ବସିଛି। ମୌସୁମୀ ବର୍ଷା ରେ ଧାର ଉଧାର କରି ଜମିରେ ଚାଷ କରିଥିଲେ। ଧାନ କ୍ଷେତ୍ର ସଂପୂର୍ଣ୍ଣ ସବୁଜ ବନାନୀରେ ପରିଣତ ହୋଇଥିଲା, ଗତ ୨ବର୍ଷ କୋରାନା ଯୋଗୁଁ ସାର୍ ଅଭାବ ଯୋଗୁ ଜମିରେ ଭଲ ଅମଳ ହୋଇନଥିଲା। ଭାବିଥିଲେ ଏ ବର୍ଷ ଭଲ ଅମଳ ହେଲେ ୨ବର୍ଷ ର କିଛି ମାତ୍ରାରେ ଶାନ୍ତିରେ ନିଶ୍ୱାସ ମାରି ହେବ। ହେଲେ ବିଧିର ବିଧାନ କେ କରିବ ଆନ ସବୁ ଭାବନା ଆଲଗା ହୋଇଗଲା। ଲଗାଣ ବର୍ଷାରେ ପ୍ରକୃତିର ତାଣ୍ଡବ ଏମିତି କରିଦେଲା ଯେ ସବୁ କ୍ଷେତକୁ ମାଟିରେ ପୋତି ଦେଲା ଏବେ ମୁଣ୍ଡରେ ହାତ ମାରି ଭୁକପଟା କ୍ରନ୍ଦନ ଚାଷୀ ପରିବାର। କିଭଳି ସାହୁକାରଙ୍କ ଋଣ ପରିଶୋଧ କରିବେ କିଭଳି ୪ ପ୍ରାଣୀ କୁଟୁମ୍ବ ଚଳିବେ ସେ ଚିନ୍ତାରେ ପରିବାର। ତୁରନ୍ତ ରାଜସ୍ୱ ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି କ୍ଷୟ କ୍ଷତିର ଆକଳନ କରାଇ ସରକାରଙ୍କ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ମଦନ ନିବେଦନ କରିଛନ୍ତି। ଏ ନେଇ ତେନ୍ତୁଳିଖୁଣ୍ଟି ତହସିଲଦାର୍ ପ୍ରଦୀପ କୁମାର କର୍ ଙ୍କ ସହିତ ଯୋଗାଯୋଗ କରିବାରୁ ରାଜସ୍ୱ ନିରୀକ୍ଷକ ଙ୍କ ରିପୋର୍ଟ ଆସିଲେ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି।