Odiapua.com

ଜମିବାଡି ବିବାଦ, ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ କୋଟସିରା ଗ୍ରାମରେ ବିବାଦୀୟ ଜମିରେ ଗୃହନିର୍ମାଣକୁ ବିରୋଧ କରି ଜଣେ ମହିଳାଙ୍କୁ ଆଜି ମରଣାନ୍ତକ ଆକ୍ରମଣର ହୋଇଥିବା ଅଭିଯୋଗ ହୋଇଛି । ପୈତୃକ ଜମିର ଅଂଶ ନିର୍ଦ୍ଧାରଣ ପାଇଁ ନ୍ୟାୟାଳୟ ସ୍ଥିତାବସ୍ଥା ଆଦେଶ ଜାରି କରିଥିବା ବେଳେ ଅଂଶୀଦାର ରହିନାରାୟଣ ନାୟକ ବଳପୂର୍ବକ ଗୃହନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏ ସମ୍ପର୍କରେ ରଞ୍ଜନ କୁମାର ନାୟକ ଶନିବାର ଫାଣ୍ଡିରେ ଅଭିଯୋଗ କରିଥିଲେ । ଫାଣ୍ଡି ନିର୍ମାଣ କାର୍ଯ୍ୟ ବନ୍ଦକରିବା ସହ ରବିବାର ବୁଝାସୁଝା ହେବ ବୋଲି ଉଭୟପକ୍ଷକୁ କହିଥିଲେ । ମାତ୍ର ହରିନାରାୟଣ ଶନିବାର ରାତ୍ରରେ ନିର୍ମାଣ କରିବାରୁ ରଞ୍ଜନଙ୍କ ପତ୍ନୀ ଶଶିରେଖା ପ୍ରତିବାଦ କରିଥିଲେ । ସକାଳେ ରଞ୍ଜନ ଥାନାକୁ ଯାଇଥିବା ବେଳେ ହରିନାରାୟଣଙ୍କ ପରିବାର ପକ୍ଷରୁ ଶଶିରେଖାକୁ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ରଞ୍ଜନ ଅଭିଯୋଗ କରିଛନ୍ତି । ଆହତ ଶଶିରେଖାକୁ ଭଣ୍ଡାରିପୋଖରୀ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ପଠାଯାଇଛି । ମାତ୍ର ଏଥିନେଇ ମାମଲା ଋଜୁ ହୋଇନଥିବା ଜଣାଯାଇଛି ।